ଭୁବନେଶ୍ୱର :25/12/24
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଚିଟଫଣ୍ଡ ଠକେଇର ଶିକାର ହୋଇଛନ୍ତି । ଦୁଇ ଦୁଇ ଥର ଚିଟଫଣ୍ଡର ଶିକାର ହୋଇଥିଲେ । ଏ ନେଇ ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟାକ୍ରମରେପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ l ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୧୦ ମସିହା ବେଳକୁ ସମସ୍ତେ ଠକେଇର ଶୀକାର ହୋଇଛନ୍ତି । ସେ ମଧ୍ୟ ଠକେଇର ଶୀକାର ହୋଇଥିଲେ । ୧୯୯୦ ଓ ୨୦୦୨ରେ ଚିଟଫଣ୍ଡ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିଲେ । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଠକିଥିଲେ । ବିଭିନ୍ନ ଆଡ଼ୁ ଟଙ୍କା ଯୋଗାଡ଼ କରି ସଂସ୍ଥାରେ ଜମା କରିଥିଲେ ।କିନ୍ତୁ ଉଠାଣ ବେଳକୁ ସଂସ୍ଥା ନଥିବା ଜାଣିବାକୁ ପାଇଥିଲେ । ସମସ୍ତ ଟଙ୍କା ଚାଲି ଯାଇଥିଲା ୧୯୮୬ ମସିହାରେ ଠକ ସଂସ୍ଥାକୁ ଉତ୍ତରଦାୟୀ କରିବାକୁ ଗଠିତ ହୋଇଥିବା ଆଇନ ମଧ୍ୟ ସୁରକ୍ଷା ଦେଇ ପାରିଲା ନାହିଁ । ଅପିଲ କରିବା ପରେ ମଧ୍ୟ ଟଙ୍କା ଫେରସ୍ତ ପାଇ ପାରି ନ ଥିଲି । କାରଣ ଏ ରାସ୍ତା ବହୁତ ଜଟିଳ ଥିଲା । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଳା ବାଟକୁ ବନ୍ଦ କରିବାକୁ ବିଭିନ୍ନ ଷ୍ଟେକ୍ ହୋଲ୍ଡରଙ୍କ ସହିତ ବିଶଦ୍ ଆଲୋଚନା କରି ସଂସଦରେ ନୂଆ ଉପଭୋକ୍ତା ଆଇନ-୨୦୧୯ ପାରିତ ହେଲା । ୨୦୨୦, ଜୁଲାଇ ୨୦ ତାରିଖର ମାସରେ ଏହା ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱାକ୍ଷରିତ ହେବା ପରେ ସାରା ଦେଶରେ କାର୍ଯ୍ୟକାରୀ ହୋଇଥିଲା ଏବଂ ସଫଳ ମଧ୍ୟ ହେଉଛି ।