ଦୁର୍ନୀତିର ମୂଳୋତ୍ପାଟନ ପାଇଁ ମିଳିତ ଉଦ୍ୟମ ଲୋଡ଼ା

A joint effort is needed to root out corruption

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ୨୦୨୩ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଉପସ୍ଥିତ ଥିବା ଜିଲ୍ଲାର ସମସ୍ତ ଅଧିକାରୀ, କର୍ମ•ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶପଥ ପାଠ କରାଇବା ସହିତ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ସେହିପରି ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଥିଲେ ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ଉନ୍ନତିରେ ଦୁର୍ନୀତି ବାଧକ ସାଜିଛି । ତେଣୁ ସମାଜର ପ୍ରତ୍ୟେକ ବର୍ଗ ଓ ଦୁର୍ନୀତିର ମୂଳୋଉତ୍ପାଟନ ପାଇଁ ଆଗେଇ ଆସିବା ଉଚିତ ବୋଲି କହିଛନ୍ତି ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଏବେ ଠାରୁ ସାଧୁତା, ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ପାଳନ କରିବାକୁ ହେବ ଏବଂ ଦୁର୍ନୀତି ମୂଳୋଉତ୍ପାଟନ ନିମନ୍ତେ ସରକାର, ନାଗରିକ, ଘରୋଇ କ୍ଷେତ୍ରରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଉଚିତ । ସେହିପରି ସାଧୁତା ସ୍ୱଚ୍ଛତା ଓ ସମୟାନୁ ବର୍ତ୍ତିତା ହିଁ କର୍ମର ମୂଳମନ୍ତ୍ର ବୋଲି ସେ କହିଛନ୍ତି । ଗତ ମାସ ୩୦ ଅକ୍ଟୋବର ତାରିଖ ଠାରୁ ନଭେମ୍ବର ୦୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି ବୋଲି ଦୁର୍ନୀତି ନିବାରଣ ଖଣ୍ଡ ବ୍ରହ୍ମପୁର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେନେରୀ କୁଲୁ କହିଛନ୍ତି । ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌର ପରିଷଦ ପାରଳାଖେମୁଣ୍ଡି ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ୱାରା କରାଯାଉଥିବା ସମସ୍ତ ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ କରିବା ସହିତ ସାଧୁତା, ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ହିଁ କର୍ମର ମୂଳମନ୍ତ୍ର ବୋଲି କହିଛନ୍ତି । ସମସ୍ତେ ଏକତ୍ରିତ ହୋଇ ସଚେତନତା ଓ ସତର୍କତା ରହି ଜନସାଧରଣଙ୍କୁ ଏହି ଦିଗରେ ଅଧିକରୁ ଅଧିକ ସଚେତନ କରାଇବାକୁ ପଡ଼ିବ ବୋଲି କହିଥିଲେ । ଏହି ଅବସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମଧ୍ୟରେ ଓଡ଼ିଆ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତାର କୃତୀ ପ୍ରତିଯଗୀମାନଙ୍କୁ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାସୁଦେବ ରାଓ, ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ, ଗଜପତି, ତହସିଲଦାର ନାରାୟଣ ବେହେରା, ପ୍ରଦୋଶ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଟିମନ ବରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଓ ତ୍ରିଲୋଚନ ଷଡ଼ଙ୍ଗୀ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଗଣ ଓ କର୍ମ•ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ କାର୍ଯ୍ୟକ୍ରମକୁ ପରି•ଳନା କରିଥିବା ବେଳେ ସୁଧାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

#awarnessprogram#dumanikhabar#gajpati#local#localnews#unite
Comments (0)
Add Comment