ଧୁମ ଧାମ ରେ ଚାଲିଛି ଗଣେଶ ଙ୍କ ପୂଜାର୍ଚନା, ଆକର୍ଷଣ ସାଜିଛି 18ଫୁଟ ଗଣେଶ ମୂର୍ତ୍ତି

ବିଘ୍ନବିନାଶକ ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା ପୁରପଲ୍ଲୀ ରେ ଧୁମ ଧାମ ରେ ପାଳିତ ହୋଇଛି| ବିଭିନ୍ନ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ସମେତ କ୍ଲବ, ଯୁବକ ସଂଘ ପକ୍ଷରୁ  ପାଳନ କରାଯାଉଛି |ଶରତ ଋତୁ ରେ ପାର୍ବଣ ର ଆଦ୍ୟ ପର୍ବ ରେ ଉତ୍ସବ ମୁଖରିତ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ପର୍ଯ୍ୟନ୍ତ ଗଣନାଥ ଙ୍କ ଆରାଧନାରେ ପ୍ରକମ୍ପିତ ଧରାପୃଷ୍ଠ | ସାଲେପୁର, ନିଶ୍ଚିନ୍ତକୋଇଲି ଅଞ୍ଚଳ ରେଏହି ପୂଜାର୍ଚନା ଅନୁଷ୍ଠିତ ହେଉଛି | ଜନାର୍ଦ୍ଦନପୁର ରେ ମଧ୍ୟ ଚାଲିଛି ଗଣନାଥ ଙ୍କ ପୂଜା | ସ୍ଥାନୀୟ ଗଣପତି ଗୋଲଡେନ କ୍ଲବ ର ସଦସ୍ୟ ମାନେ ହର୍ଷ ଉଲ୍ଲାସ ର ସହ 18 ଫୁଟ ଉଚ୍ଚତା ବିଶିଷ୍ଟ ଏକ ନିଆରା ଗଣେଶ ମୂର୍ତ୍ତି ସ୍ଥାପନ କରିମେଢ଼ ର ପୂଜାର୍ଚନା ଚଳାଇଛନ୍ତି | ସେହିପରି ସ୍ଥାନୀୟ ୟଙ୍ଗଷ୍ଟାରକ୍ଲବ ସଦସ୍ୟ ମାନେ ଆନନ୍ଦ ଉଲ୍ଲାସ ରେ ଉତ୍ସବ ପାଳନ କରୁଛନ୍ତି |ସାଲେପୁର ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ଓ କ୍ଲବ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ପୂଜାର୍ଚନା କରୁଛନ୍ତି | ଚଳିତ ପୂଜା ଓ ଭସାଣି ଉତ୍ସବରେ ଡି. ଜେ. ନବଜାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି |କଟକ ସାଲେପୁର ରୁ ଅକ୍ଷୟ କୁମାର ଦାଶ ଙ୍କ ରିପୋଟ

Comments (0)
Add Comment