ପାରାଦ୍ଵୀପ ରାଜ ରାସ୍ତା ପାଲଟିଛି ମରଣ ଯନ୍ତା,ବସ୍ ଧକ୍କାରେ ବାଇକ ଆରୋହି ମୃତ

ପାରାଦ୍ଵୀପ, :-ପାରାଦୀପ ଅଠରବାଙ୍କୀ ନିକଟ ତାରିଣୀଗଡା ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ । ଘଟଣା ସ୍ଥଳରେ ବାଇକ ଆରହୀଙ୍କ ମୃତ୍ୟୁ । ମରଣ ଯନ୍ତା ପାଲଟିଛି ପାରାଦ୍ଵୀପ ରାଜ ରାସ୍ତା, ପ୍ରତିଦିନ ରାଜରାସ୍ତାରେ ଗଡୁଛି ମୁଣ୍ଡ ଅକାଳରେ ଝଡି ପଡ଼ୁଛି ନିରୀହ ଜୀବନ।ସୂଚନାନୁଯାୟୀ ପାରାଦୀପ ଇଲେକ୍ଟ୍ରିକାଲ ଡିଭିଜନ ରେ ଡିଏଲାର୍ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଅଜିତ ହେମରମ୍ କାର୍ଯ୍ୟ ସାରି ନିଜ ଘର ପାରାଦୀପ ଗଡ କୁ ଯାଉଥିବା ସମୟରେ ପଛପଟୁ ଦୃତଗତିରେ ଆସୁଥିବା ଅର୍ଣ୍ଣପୂର୍ଣ୍ଣା ନାମକ ବସ୍ ଟି ବାଇକ୍ କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ପାରାଦୀପ ବନ୍ଦର ଇଲେକ୍ଟ୍ରିକାଲ ଡିଭିଜନ ର ଡିଏଲାର୍ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଅଜିତ ହେମରମ୍ , ବୟସ ୩୮ ବୋଲି ଜଣାପଡିଛି । ଘଟଣା କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ପାରାଦ୍ଵୀପ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି ।

Comments (0)
Add Comment