ବିଜୁ ଏକ୍ସପ୍ରେସ ୱେ ରେ ଅଜଣା ଗାଡି ଧକ୍କା ରେ ବୃଦ୍ଧା ମୃତ୍ୟୁ,ପୁଲିସ ର ତଦନ୍ତ ଜାରି

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ରୁ ଧର୍ମଗଡ଼ ବ୍ଲକ କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତା ର ଭୁର୍ଷାଗୁଡା ଛକ ନିକଟରେ ସୋମବାର ମଧ୍ୟାହ୍ନ ରେ ସ୍ଥାନୀୟ ଗ୍ରାମ ର ଜଣେ ବିଧବା ବୃଦ୍ଧା ମହିଳା ହାରାବତୀ ଧଙ୍ଗଡା ମାଝୀ ରାସ୍ତା ପାର ହେଉଥିବା ବେଳେ ଦ୍ରୁତ  ଗତି ରେ ଆସୁଥିବା ଏକ ଅଜଣା ଗାଡି ଧକ୍କା ରେ ଫେରାର ହୋଇ ଯାଇଥିବା ବେଳେ ରାସ୍ତା ପଡି ବୃଦ୍ଧା ମହିଳା ଜଣକ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ କିଛି ସ୍ଥାନୀୟ ଯୁବକ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧା ଙ୍କୁ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଥିବା ବେଳେ ଡାକ୍ତର ବୃଦ୍ଧା ଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆମପାଣି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି। ଏନେଇ ଆମପାଣି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୁଲିସ ଏସଆଇ ଈଶ୍ୱର ଚନ୍ଦ୍ର ସିରକା ସୂଚନା ଦେଇଛନ୍ତି। ତେବେ ସୂଚନାଯୋଗ୍ୟ ଯେ ମୃତ ବୃଦ୍ଧା ଭୁର୍ଷାଗୁଡା ୟୁପି ସ୍କୁଲ ରେ ଦୀର୍ଘ ବର୍ଷ ହେବ ପାଚିକା ଭାବେ କାର୍ଯ୍ୟ କରି ଆସୁଥିଲେ। ଏଣୁ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
Comments (0)
Add Comment