ବ୍ରହ୍ମପୁର ଷ୍ଟାଡ଼ିୟମ୍‌ର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟରେବିକାଶ ହୋଇଛି ସତ କିନ୍ତୁ ଏହା କ୍ରୀଡ଼ାବିତ୍‌ଙ୍କ କାମରେ ଆସୁନଥିବା ଅଭିଯୋଗ

ବ୍ରହ୍ମପୁର, : ବ୍ରହ୍ମପୁର ଷ୍ଟାଡ଼ିୟମ୍‌ର ବିକାଶ ନାମରେ କ୍ରୀଡ଼ା ଭିତ୍ତିଭୂମିକୁ ନଷ୍ଟ କରାଯାଇଥିବା ଯୋଗୁଁ କ୍ରୀଡ଼ାବିତ୍‌ଙ୍କ ତାଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି| ଏକଦା ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କ ଭିଡ଼ ରହୁଥିଲା। ଏବେ ଏହା ସ୍ବପ୍ନ ହୋଇଯାଇଛି। ବହୁମୁଖୀ ଖେଳର କେନ୍ଦ୍ରସ୍ଥଳ ବ୍ରହ୍ମପୁର ଷ୍ଟାଡ଼ିୟମ୍‌ର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ବିକାଶ ହୋଇଛି ସତ କିନ୍ତୁ ଏହା କ୍ରୀଡ଼ାବିତ୍‌ଙ୍କ କାମରେ ଆସୁନଥିବା ଅଭିଯୋଗ ହେଉଛି ବ୍ରହ୍ମପୁର ଷ୍ଟାଡିୟମ୍‌ଟି କେବଳ କ୍ରିକେଟ୍ ଓ ଭାରୋତ୍ତୋଳନରେ ହିଁ ସୀମିତ ରହିଛି। ବ୍ରହ୍ମପୁର ସହରରେ କ୍ରୀଡ଼ାବିତ୍‌ଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସହରର କୌଣସି ସ୍ଥାନରେ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଭଲ ପଡ଼ିଆଟିଏ ନାହିଁ। ଏକଦା ଯେଉଁ ବ୍ରହ୍ମପୁର ଷ୍ଟାଡ଼ିୟମ୍‌ରେ ଖେଳାଳିମାନେ ଖେଳିବା ସହ ବିଭିନ୍ନ ଖେଳର ଆୟୋଜନ ହେଉଥିଲା ଆଜି ସେହି ଷ୍ଟାଡ଼ିୟମ୍ ଭିତରକୁ ଯିବା ପାଇଁ ଅନୁମତି ମିଳୁନଥିବା ଯୋଗୁଁ ଦେଖାଦେଇଛିସହରର କ୍ରୀଡ଼ାର ଭିତ୍ତଭୂମି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ୧୯୮୯ ଜାନୁଆରି ୪ତାରିଖରେ ପ୍ରତିଷ୍ଠା ହୋଇଥିଲା ବ୍ରହ୍ମପୁର ଷ୍ଟାଡ଼ିୟମ୍ ଏହି ଷ୍ଟାଡ଼ିୟମ୍‌ ସହ ସହରବାସୀ ଅଙ୍ଗାଙ୍ଗିଭାବେ ଜଡ଼ିତ ଥିବା ବେଳେ ୨୦୧୨ ଠାରୁ ଏଠାରୁ ଯେଭଳି ଦୂରେଇ ଯାଇଛନ୍ତି। ଏହି ଷ୍ଟାଡ଼ିୟମ୍‌ରେ ଇନ୍‌ଡୋର୍ ଓ ଆଉଟଡୋର୍ ଖେଳ ସମେତ ସମସ୍ତବର୍ଗର ଖେଳାଳିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଷ୍ଟାଡ଼ିୟମ୍‌ର ବିକାଶ କରାଯାଇଥିବା ବେଳେ ସଂପ୍ରତି ଏହା କ୍ରିକେଟ୍ ଓ ଭାରୋତ୍ତୋଳନ ମଧ୍ୟରେ ସୀମିତ ରଖାଯାଇଥିବାରୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ବ୍ରହ୍ମପୁର ଷ୍ଟାଡ଼ିୟମ୍‌ରେ ପୂର୍ବରୁ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ସାଂଗକୁ ଜାତୀୟସ୍ତରର ଖେଳ ପ୍ରତିଯୋଗିତା ଆୟୋଜନ ହେଉଥିଲା ରଣଜୀ ମ୍ୟାଚ୍ ସମେତ ଫୁଟବଲ୍, ଭଲିବଲ୍, ବାସ୍କେଟ୍‌ବଲ୍, ହ୍ୟାଣ୍ଡବଲ୍, ବକ୍ସି ସମେତ ଅନ୍ୟାନ୍ୟ ଖେଳ ପ୍ରତି ଗୁରୁତ୍ବ ଦିଆଯାଉଥିଲା ଷ୍ଟାଡ଼ିୟମ୍‌ଟି ଖେଳ ଓ ଖେଳାଳିଙ୍କ ପାଇଁ ଉନ୍ମୁକ୍ତ ରହୁଥିବା ଯୋଗୁଁ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ପ୍ରତିଯୋଗିତା ବି ଏଠାରେ ହେଉଥିଲା। ଏଠାରେ ଥିବା କ୍ରୀଡ଼ା ଛାତ୍ରାବାସରେ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ ସହ ବିଭିନ୍ନ ଖେଳରେ ରାଜ୍ୟ ଓ ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିଲେ । ବ୍ରହ୍ମପୁର ଷ୍ଟାଡ଼ିୟମ୍‌ର ନବକଳେବର ହେବା ପରେ ଏହି ଷ୍ଟାଡ଼ିୟମ୍‌ର ନାମ ମହାତ୍ମାଗାନ୍ଧୀ ଷ୍ଟାଡ଼ିୟମ୍ ନାମରେ ନାମିତ କରାଯାଇଛିଷ୍ଟାଡ଼ିୟମ୍‌ର ବିକାଶ ନାମରେ କୋଟି କୋଟି ଟଙ୍କା ଖର୍ଚ କରାଯାଇ ଭିତ୍ତିଭୂମି ନିର୍ମାଣ କରାଯାଇଛି ଷ୍ଟାଡ଼ିୟମ୍‌ରେ କ୍ରିକେଟ୍ ପାଇଁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଅନ୍ୟାନ୍ୟ ଖେଳକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି ଷ୍ଟାଡ଼ିୟମ୍‌ର ସୁରକ୍ଷା, ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ବ ଦିଆଯାଇଥିବା ବେଳେ ଏହା ଖେଳାଳିଙ୍କ କାମରେ ଆସୁନଥିବା ଯୋଗୁଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ମୁଖ୍ୟତଃକ୍ରିକେଟ୍ ପାଇଁ ଏଠାରେ ପ୍ରାଧାନ୍ୟ ଦିଆଯାଇଥିବା ସ୍ଥାନୀୟ କ୍ରିକେଟ୍ ଖେଳାଳିଙ୍କ ବିକାଶ ଉପରେ ବି ଗୁରୁତ୍ବ ଦିଆଯାଉନାହିଁ। ଏହାକୁ ନେଇ କ୍ରୀଡ଼ାବିତ୍‌ଙ୍କ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି ଷ୍ଟାଡ଼ିୟମ୍‌ ପରିସରରେ ନବନିର୍ମିତ ଇନ୍‌ଡୋର୍ ହଲ୍‌ରେ ସମସ୍ତପ୍ରକାର ଇନ୍‌ଡୋର୍ ଖେଳ କରିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ରହିବା ସତ୍ତ୍ବେ କିଛି କୁଚକ୍ରୀ ଗୋଷ୍ଠୀ ଏଠାରେ କେବଳ ଭାରୋତ୍ତୋଳନ ପାଇଁ ଉଦ୍ଦିଷ୍ଟ ରଖିବା ଫଳରେ ଅନ୍ୟ ଖେଳ ହୋଇପାରୁନାହିଁ ପୂର୍ବରୁ ଇନ୍‌ଡୋର୍ ହଲ୍‌ରେ ବକ୍ସି, ବାସ୍କେଟ୍‌ବଲ୍‌, ହ୍ୟାଣ୍ଡବଲ୍‌, ଭଲିବଲ୍‌ ଓ କବାଡ଼ି ଭଳି ବିଭିନ୍ନ ଖେଳକୁ ପ୍ରୋତ୍ସାହନ ଦିଆଯାଉଥିଲା। ଷ୍ଟାଡ଼ିୟମ୍ ନବୀକରଣ ହୋଇ ରୂପରେଖ ବଦଳିବା ପରେ ଏଠାରେ କେବଳ ଭାରୋତ୍ତୋଳନକୁ ଗୁରୁତ୍ଵ ଦିଆଯାଉଛି! ସେଭଳି ଆଉଟ୍‌ଡୋର୍ ଖେଳ ଭାବେ କ୍ରିକେଟ୍‌କୁ ଗୁରୁତ୍ବ ଦିଆଯାଉଛି। ଏଥିନେଇ ସହରରବହୁ କ୍ରୀଡ଼ାବିତ୍ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ, ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ଖେଳାଳିଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ଷ୍ଟାଡ଼ିୟମର ବିବିଧ ସମସ୍ୟା ନେଇ ବ୍ରହ୍ମପୁର ବିଧାୟକକେ, ଅନୀଲ କୁମାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୂର୍ବଭଳି ଏହାକୁ ବହୁମୁଖୀ ଖେଳ ପାଇଁ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛନ୍ତି ସହରର କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀଙ୍କ ଅଭିଯୋଗ ସଂପର୍କରେ ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ଜେ. କାମେଶ୍ଵର ରାଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପତ୍ର ଲେଖିଥିବା ବେଳେ ଚଳିତମାସରେ ଏଥିନେଇ ଆଲୋଚନା ହେବାର ସମ୍ଭାବନା ଅଛି ବୋଲି ସୂଚନା ଦେଇଛନ୍ତି। ତେବେ ରାଜ୍ୟ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି

Comments (0)
Add Comment