ଖଡ଼ିଆଳ, : ନୂଆପଡ଼ା ଜିଲ୍ଲା ଖଡ଼ିଆଳର ସର୍ବ ପୁରାତନ ପିଏମଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବର ସାସ୍କୃତିକ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଅଧକ୍ଷତା କରିଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ସଭା ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱ ପୂର୍ଣ୍ଣ ଟିପ୍ସ ପ୍ରଧାନ କରିଥିଲେ । ଛାତ୍ର ଅବସ୍ଥାରେ ପିଲାମାନେ ନିଷ୍ଠାପର ସାଧନା, କର୍ତ୍ତବ୍ୟ ପରାୟଣ ସହିତ ନମ୍ବ୍ରତା ଆଚରଣ ପ୍ରତି ଦିନ କଲେ ନିଜ ଲକ୍ଷ ସ୍ଥଳକୁ ଅବଶ୍ୟ ପହଞ୍ଚି ପାରିବେ ବୋଲି ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ବଳଭଦ୍ର ମହାନ୍ତି, ସମ୍ମାନିତ ବକ୍ତା ଭାବରେ ବିଶିଷ୍ଟ ଗବେଷକ ଫଣୀଦମ ସିଂଦେଓ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସପଲତାର ସୋପାନ ରେ ପହଂଚିବା ପାଇଁ
ଛାତ୍ରଛାତ୍ରୀମାନଙ୍କୁ ତଥ୍ୟ ଭିତ୍ତିକ ଉଦବୋଧନ ପ୍ରଦାନ କରିଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ପଞ୍ଚାୟତ ସମିତି ଅଧକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦ୍ୟୁଷ କୁମାର ସାହୁ ସର୍ବୋପରି ବିଦ୍ୟାଳୟର ପରିଚାଳନା କମିଟି ଅଧକ୍ଷ ସମ୍ରାଟ ପାତ୍ର ଯୋଗଦେଇ ଉଦବୋଧନ ପ୍ରଦାନ କରିଥିଲେ । ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଜିଲ୍ଲାର ସର୍ବ ପ୍ରଥମ ତଥା ବହୁ ପୁରାତନ ବିଦ୍ୟାଳୟ ଅଟେ । ଏହି ଐତିହମୟ ବିଦ୍ୟାଳୟ ୧୯୪୩ ମସିହାରେ ତତ୍କାଳୀନ ଖଡ଼ିଆଳ ରାଜା ସାହେବଙ୍କ ନାମରେ ନାମିତ ହୋଇଛି । ବିଦ୍ୟାଳୟଟି ସର୍ବ ପ୍ରଥମ ଓ ପ୍ରାଚୀନ ପୁରାତନ ହୋଇଥିବାରୁ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ନାମିତ ହୋଇଛି । ଚଳିତ ବର୍ଷ ପ୍ରଥମ କରି ପିଏମଶ୍ରୀ ବିଦ୍ୟାଳୟ ଭାବରେ ବାର୍ଷିକ ଉତ୍ସବ ପାଳନ ହେଉଥିବାରୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟର ଭବିଷ୍ୟତ ବର୍ତ୍ତମାନର ପୃଷ୍ଠାକୁ ଅନୁଧ୍ୟାନ କରି ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନେକ ଯଶ କୀର୍ତି ଅର୍ଜନ କରିପାରିଛି । ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଓ ଅଶୋକ କୁମାର ବେହେରା ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ପୁରସ୍କୃତ ହୋଇଥିବାରୁ ଏହା ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ବିଷୟ ।