ଲକ୍ଷ୍ମୀ ବସ ସହ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ଆହତ

ପୋଲସରା :  ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ କଦମ୍ବ ଛକଠାରେ ଆଜି ସକାଳ ୧୦ ଘଣ୍ଟା ସମୟରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସହିତ ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକ ଜଣଙ୍କ ଆହାତ ହୋଇ ପୋଲସରା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ବାଇକ୍ ଚାଳକ ଜଣଙ୍କ ଖଲ୍ଲିକୋଟ ଅଞ୍ଚଳର ହୋଇଥିବା ବେଳେ ବୁଗୁଡ଼ା କୁ କୈାଣସି କାର୍ଯ୍ୟରେ ଆସି ସେ ବୁଗୁଡ଼ା ରୁ ଫେରୁଥିବା  ବେଳେ ଲକ୍ଷ୍ମୀ ବସ୍ ଟି ମାଁ ସିଂହାସନୀ ପୀଠ କୁ ଯାତ୍ରୀ ନେଇ ଯାଉଥିବା ବେଳେ ଚିରିକିପଡା ଶାସନ କଦମ୍ବ ଛକଠାରେ ବାଇକ୍ ଏବଂ ଲକ୍ଷ୍ମି ବସ୍ ମଧ୍ୟରେ ଧକ୍କା ହୋଇଥିଲା। ଜାହା ଫଳରେ ବାଇକ୍ ଚାଳକ ଜଣଙ୍କ ଆହାତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହାତ ବାଇକ୍ ଚାଳକ ଙ୍କୁ ଆମ୍ବୁଲାନ୍ସ ଦ୍ବାରା ପୋଲସରା ମେଡିକାଲ କୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ଖବର ପାଇ ପୋଲସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

Comments (0)
Add Comment