ହିରୋ ଇଲେକ୍ଟ୍ରିକ ପକ୍ଷରୁ ଏହାର ଉତ୍ପାଦଗୁଡ଼ିକ ଉପରେ ୩-ଡେ ରିଟର୍ଣ୍ଣ ଅଫର୍‌ର ଘୋଷଣା

ଭୁବନେଶ୍ୱର: ଇଲେକ୍ଟ୍ରିକ ଦୁଇ ଚକିଆ ଯାନ କ୍ଷେତ୍ରରେ ଅଗ୍ରଣୀ, ହିରୋ ଇଲେକ୍ଟ୍ରିକ ପକ୍ଷରୁ ଏହାର ଅନ୍‌ଲାଇନ୍ ଯୋଜନା ସମୟରେ କ୍ରୟ କରାଯାଉଥିବା ସମସ୍ତ ଉତ୍ପାଦଗୁଡ଼ିକ ଉପରେ(ଫ୍ଲାସ ଲିଡ-ଏସିଡ ଲୋ ସ୍ପିଡ ମଡେଲ ବ୍ୟତୀତ) ପ୍ରଥମଥର ପାଇଁ ୩ ଦିନିଆ ରିଟର୍ଣ୍ଣ ଅଫରର ଘୋଷଣା କରାଯାଇଛି(ନିୟମ ଏବଂ ସର୍ତାବଳୀ ଲାଗୁ) । ଯଦି ଗ୍ରାହକମାନେ କ୍ରୟ କରିବାର ତିନି ଦିନ ମଧ୍ୟରେ ଏହି ଉତ୍ପାଦକୁ ଫେରସ୍ତ କରନ୍ତି ତେବେ ସେମାନେ ସମ୍ପୂର୍ଣ୍ଣ ରାଶି ଫେରସ୍ତ ପାଇପାରିବେ । ଏହା ବ୍ୟତୀତ ବ୍ରାଣ୍ଡ ପକ୍ଷରୁ ସମଗ୍ର ଭାରତରେ ଏହାର ସ୍ୱତନ୍ତ୍ର ମୂଲ୍ୟର ଅନ୍‌ଲାଇନ ଅଫର ପ୍ରତି ମଧ୍ୟ ଅଭୁତପୂର୍ବ ପ୍ରତିକ୍ରୟା ମିଳିଥିବା ପ୍ରକାଶ କରାଯାଇଛି । ଏହାକୁ ନଜରରେ ରଖି ହିରୋ ଇଲେକ୍ଟ୍ରିକ ଏହାର ଉତ୍ପାଦଗୁଡ଼ିକ ଉପରେ ଚଳିତ ମେ ୩୧ ପର୍ଯ୍ୟନ୍ତ ଏହାର ଅନଲାଇନ ଅଫରର ଦ୍ୱିତୀୟ ପର୍ଯ୍ୟାୟର ଘୋଷଣା କରିଛି । ସମସ୍ତ ଗ୍ରାହକ ଯେଉଁମାନେ କୌଣସି ହିରୋ ଇଲେକ୍ଟ୍ରିକ ସ୍କୁଟର (ଫ୍ଲାସ ଲିଡ-ଏସିଡ ଲୋ ସ୍‌ପିଡ ମଡେଲ ବ୍ୟତୀତ) ବୁକ କରିବେ ସେମାନେ ୪୦୦୦ଟଙ୍କାର ତୁରନ୍ତ କ୍ୟାଶବ୍ୟାକ ପାଇବେ ଯେବେକି ଗ୍ଲାଇଡର ଗ୍ରାହକମାନେ ୩,୦୦୦ଟଙ୍କାର ନଗଦ ରିହାତି ପାଇପାରିବେ । ମଡେଲଗୁଡ଼ିକ ନିର୍ବିଶେଷରେ ବୁକିଙ୍ଗ ରାଶିକୁ ୨,୯୯୯ଟଙ୍କାରେ ସ୍ଥିର କରାଯାଇଛି । ଯେହେତୁ ହିରୋ ଇଲେକ୍ଟ୍ରିକ ସ୍କୁଟର୍‌ର ଏକ ବୃହତ ଅଂଶ ରେଫରାଲରୁ ଆସିଥାଏ, ତେଣୁ ଗ୍ରାହକମାନଙ୍କୁ ରେଫରାଲ ସେଲ ପାଇଁ ୧୦୦୦ଟଙ୍କା ଭାଉଚର ରୂପରେ ଏକ କୃତଜ୍ଞତାର ଟୋକନ ପ୍ରଦାନ କରାଯିବ । ହିରୋ ଇଲେକ୍ଟ୍ରିକ ପକ୍ଷରୁ ବର୍ତମାନର ଇଲେକ୍ଟ୍ରିକ ସ୍କୁଟରର ଏହି ପୋର୍ଟଫୋଲିଓରେ ଗ୍ଲାଇଡ ସମେତ ଫ୍ଲାସ, ନିକ୍ସ, ଅପ୍ଟିମା, ଫୋଟନ, ଫ୍ଲାସ, ଡ୍ୟାଶ ଏବଂ ଇଆର (ଏକ୍ସଟେଂଣ୍ଡ ରେ) ଭାରିଆଂଟ ଅନ୍ତର୍ଭୁକ୍ତ, ଯାହାକି ଉଚ୍ଚ ମାନର ଲିଥିୟମ ବ୍ୟାଟେରୀ ଦ୍ୱାରା ମଧ୍ୟ ଚାଳିତ ।କୋଭିଡ-୧୯ର ପୂର୍ବ ନିର୍ଦ୍ଧାରିତ ସତର୍କତା ଅନୁରୂପ ଡିଲରମାନେ ନିୟମିତ ଓ ପୁଙ୍ଖାନୁପୁଙ୍ଖ ଭାବେ ଶୋରୁମ ଓ ବାଇକଗୁଡ଼ିକୁ ସାନିଟାଇଜ କରିବାର ସମସ୍ତ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିଛନ୍ତିି । ଶୋରୁମକୁ ଆସି ସେମାନଙ୍କ ଇ-ବାଇକ ନେବାକୁ ଚାହୁଁଥିବା ଗ୍ରାହକମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ହିରୋ ଇଲେକ୍ଟ୍ରିକ ଅନେକ ପ୍ରାକ୍ ସାବଧାନତା ଗ୍ରହଣ କରୁଛି । ଲକଡାଉନ କୋହଳ ପରେ ହିରୋ ଇଲେକ୍ଟ୍ରିକର ୧୫୦ତମ ଶୋରୁମର ପୁନର୍ବାର ଖୋଲିବା ଅବସରରେ ହିରୋ ଇଲେକ୍ଟ୍ରିକ, ସିଇଓ, ଶ୍ରୀ ସୋହିନ୍ଦର ଗିଲ କହିଛନ୍ତି ଯେ, ନ୍ତଆମେ କ୍ରେତାମାନଙ୍କ ମଧ୍ୟରୁ ଅନେକଙ୍କ ଠାରୁ ଶୁଣି ଆଶ୍ଚର୍ଯ୍ୟ ଯେ ସେମାନେ ହିରୋ ଇଲେକ୍ଟ୍ରିକ୍‌କୁ ପସନ୍ଦ କରିଛନ୍ତି କାରଣ ସେମାନେ ଦେଖିପାରିଛନ୍ତି ଯେ ପ୍ରଦୂଷିତ ବାହନଗୁଡ଼ିକର ଅନୁପସ୍ଥିତି ଆମ ପରିବେଶରେ କିଭଳି ପରିବର୍ତନ କରିପାରିଛି ଏବଂ ପରିବାରଗୁଡ଼ିକୁ ସୁସୁ୍ଥ ଓ ଆମ ବାୟୁକୁ ସ୍ୱଚ୍ଛ ରଖିବା ପାଇଁ ସେମାନେ ମଧ୍ୟ ନିଜର ଯୋଗଦାନ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି ।

Comments (0)
Add Comment