ଫେଡ୍କୋ ପକ୍ଷରୁ ସପ୍ତମ ବାର୍ଷିକ ପୁରସ୍କାର ବିତରଣ ସମାରୋହ ପାଳନ

ଭୁବନେଶ୍ୱର: ସର୍ବଭାରତୀୟ ଲକ୍ଡାଉନ୍ ସତ୍ୱେ ଫିଡ୍ବ୍ୟାକ ଏନର୍ଜି ଡିଷ୍ଟ୍ରିବ୍ୟୁସନ କଂପାନି (ଫେଡ୍କୋ) ପକ୍ଷରୁ ଏହାର ସପ୍ତମ ବାର୍ଷିକ ପୁରସ୍କାର ବିତରଣ ସମାରୋହ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ ଜରିଆରେ ଆୟୋଜନ କରାଯାଇଥିଲା ଯେଉଁଥିରେ ସାରା ଦୁନିଆର ତିନି ଶହରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଭାରତର ବିଭିନ୍ନ ପ୍ରାନ୍ତରୁ ଏବଂ ଆଫ୍ରିକାର କିଛି ଦେଶରୁ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ । ସୁରକ୍ଷା, ଗୁଣାତ୍ମକ ମାନ, ଦକ୍ଷତା, ନୂତନତ୍ୱ, କର୍ମ ଶୃଙ୍ଖଳା, ସହକର୍ମୀ କର୍ମଚାରୀଙ୍କ ଓ ଟିମ୍ର ସଦସ୍ୟଙ୍କ ପ୍ରତି ଦରଦ ଭଳି କ୍ଷେତ୍ର ଉପରେ ନିର”ର ଏବଂ ଉଦାହରଣ ସୃଷ୍ଟିକାରୀ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଥିଲା । ବିଭିନ୍ନ ବର୍ଗରେ ପୁରସ୍କାର ଦିଆଯାଇଥିବା ବେଳେ ବିଜେତାମାନେ ସ୍ୱୀକୃତିର ସାର୍ଟିଫିକେଟ୍ ହାସଲ କରିଥିଲେ । ଏ ସଂପର୍କରେ ଫେଡ୍କୋର ମୁଖ୍ୟ ଶ୍ରୀଯୁକ୍ତ ଦେବତୋଷ ଚର୍ତୁବେଦୀ କହିଛ”ି ଯେ, “କୋଭିଡ୍-୧୯ ପରବର୍ତୀ ସମୟରେ ଆମର ଯାତ୍ରା ଦୁଇଟି ବିଷୟରୁ ବେଶ ଆକର୍ଷଣୀୟ ଯାହା ଆମେ କାର୍ଯ୍ୟ କରୁଥିବା କ୍ଷେତ୍ରରେ ଭିନ୍ନତା ସୃଷ୍ଟି କରିଛି, ସେଥି ମଧ୍ୟରୁ ପ୍ରଥମଟି ହେଉଛି ଏହା ଏକ ୨୪ ଘଂଟିଆ ଗ୍ରାହକ କୈନ୍ଦ୍ରୀକ ପରିଚାଳନା କ୍ଷେତ୍ର ଏବଂ ଦ୍ୱିତୀୟଟି ହେଉଛି ଏହା ଯେ ଆମର କର୍ପୋରେଟ୍ କର୍ମଚାରୀଙ୍କ ବ୍ୟତୀତ ଆମ ପାଖରେ ସାରା ଦୁନିଆର ବିଭିନ୍ନ କ୍ଷେତ୍ରର ଉଲ୍ଲେଖନୀୟ କ୍ଷେତ୍ର କର୍ମଚାରୀ ବା ଶକ୍ତି ରହିଛ”ି । ସର୍ଟଲିଷ୍ଟ ହୋଇଥିବା ସମସ୍ତଙ୍କୁ ବିଶେଷ କରି ବିଜେତାମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ସେମାନେ ଆମ ସଂସ୍ଥା ପାଇଁ ଦାୟିତ୍ୱବାନ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ନେତୃତ୍ୱ ପ୍ରଦର୍ଶନ କରିଛନ୍ତି ।” ଫିଡ୍ବ୍ୟାକ୍ ଏନର୍ଜି ଡିଷ୍ଟ୍ରିବ୍ୟୁସନ କଂପାନି (ଫେଡ୍କୋ) ସ୍ମାର୍ଟ ପ୍ରଯୁକ୍ତି ଓ ସକ୍ରିୟ ଗୋଷ୍ଠୀ ଯୋଗାଯୋଗ ଜରିଆରେ ଦୂରତାର ଶେଷ ପର୍ଯ୍ୟ” ସେବାରେ ଉନ୍ନତି ଆଣିବାରେ ଅନେକ ଗ୍ରାହକ କୈନ୍ଦ୍ରୀକ ପଦକ୍ଷେପ ଗ୍ରହଣ କରିଛି । କଂପାନିର ଅଭିଯାନଗୁଡ଼ିକ ମଧ୍ୟରେ ରହିଛି ୨୪ ଘଂଟିଆ କେନ୍ଦ୍ରୀୟ କଷ୍ଟମର କେୟାର ୟୁନିଟ୍, ଏସ୍ଏମ୍ଏସ୍ ସେବା ଓ ମୋବାଇଲ୍ କ୍ୟାମ୍ପ୍ ଯେଉଁଥିରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଥିବା ଭ୍ରାମ୍ୟମାଣ ଭ୍ୟାନ୍ ରହିଛି ଯାହା ଗାଁ ଗାଁ ବୁଲି ଲୋକମାନଙ୍କ ଘର ପାଖରେ ଅଭିଯୋଗ ସମାଧାନ କରୁଛି ଯାହା ଫଳରେ ଦୂରତାର ଶେଷରେ ଥିବା ବ୍ୟବହାରକାରୀଙ୍କ ସମସ୍ୟାକୁ ସେ”ାଷର ସହିତ ସମାଧାନ କରାଯାଇପାରୁଛି ।

Comments (0)
Add Comment