ଲଗେଜ୍ ବ୍ୟାଗରୁ ୩୭ କିଲୋ ଗଞ୍ଜେଇ ଜବତ, ଦମ୍ପତି ସମେତ ୩ ଗିରଫ

ପୁରୀ ତା୦୩/୦୫ ଲଗେଜ୍ ବ୍ୟାଗରେ ଗଞ୍ଜେଇ ଚୋରା ଚାଲାଣ ।
ପୁରୀ ରେଳ ଷ୍ଟେସନରୁ ଦମ୍ପତି ସହ ଜଣେ ମହିଳାକୁ ଗିରଫ କରିଛି ଆରପିଏଫ ପୋଲିସ। ସେମାନଙ୍କ ଠାରୁ ପୋଲିସ ୩୭.୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ବଜାର ମୁଲ୍ୟ ଚାରି ଲକ୍ଷ ଟଙ୍କା ବୋଲି ଆରପିଏଫ ପୋଲିସ କହିଛନ୍ତି । ଗିରଫ ଅଭିଯୁକ୍ତ ହେଉଛନ୍ତି କନ୍ଧମାଳ ଜିଲ୍ଲାର ରାଜକୁମାର ବିନ୍ଧାଣୀ, ନଳିଳୀ ବିନ୍ଧାଣୀ ଓ ସୁଲୋଚନା ବିନ୍ଧାଣୀ। ପୁରୀରୁ ମଧ୍ୟପ୍ରଦେଶର ଅଶୋକ ନଗର ଯିବା ପାଇଁ ଏହି ୩ ଜଣ ପୁରୀ ଷ୍ଟେସନ ରେ ଧଉଳୀ ଏକ୍ସପ୍ରେସକୁ ଚଢିବାକୁ ଯାଉଥିଲେ। ତେବେ ରେଳଷ୍ଟେସନ ମେନ୍ ଗେଟରେ ଜଗିଥିବା ଆରପିଏଫ ପୋଲିସର ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଆରିପିଏଫ ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଲଗେଜ ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରିଥିବାର ପୋଲିସ ଦେଖିବାକୁ ପାଇଥିଲା। ଲଗେଜ ବ୍ୟାଗରୁ ୩୭ କିଲୋ ଗଞ୍ଜେଇ ପୋଲିସ ଜବତ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments (0)
Add Comment