ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାରେଆଉ ଜଣଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ୍‌ ||

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାରେ ୩ୟ ଅଭିଯୁକ୍ତକୁ ପଞ୍ଜାବ ପୁଲିସ୍‌ ଗତକାଲି ରାତିରେ ହରିଆଣାର ଫତେହାବାଦରୁ ଗିରଫ କରିଛି। ପୂର୍ବରୁ ଗିରଫ ହୋଇଥିବା ୨ ଜଣଙ୍କୁ ଜେରା କରିବା ବେଳେ ପଞ୍ଜାବ ପୁଲିସ୍‌ କାଲା ସମ୍ପୃକ୍ତି ନେଇ ଖବର ପାଇଥିଲା। ଏହାପରେ ପଞ୍ଜାବ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଗତକାଲି ରାତିରେ କାଲାର ଠିକଣାରେ ରେଡ୍‌ କରିଥିଲା। ଏହି ସମୟରେ ତାକୁ ଗିରଫ କରାଯାଇଥିବା ସୂଚନା ମିଳିଛି।ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଏହାପରେ ପୁଲିସ୍ କାଲାଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି।

Comments (0)
Add Comment