କର୍ଣ୍ଣାଟକ ରେ କୋଭିଡ ନିୟମ କଡାକଡି ||

ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଶୁକ୍ରବାର ରାଜ୍ୟରେ କୋଭିଡ୍ କଟକଣା ଲାଗୁ କରିଛନ୍ତି। କର୍ଣ୍ଣାଟକବାସୀଙ୍କ ପାଇଁ ସର୍ବସାଧାରଣ ସ୍ଥାନମାନଙ୍କର ପୂର୍ବପରି ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି। ଶୁକ୍ରବାର ରାଜ୍ୟରେ ୫୨୫ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏପରି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର। ହୋଟେଲ୍ ୱେଟର ଦୋକାନୀ ଆଦି ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି।ଆଜି କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ୫୨୫ ପଜିଟିଭ୍ ମଧ୍ୟରୁ ୪୯୪ ରୋଗୀ ବାଙ୍ଗାଲୋରୁର ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସକ୍ରିୟ ମାମଲା ବୃଦ୍ଧି ପାଇଛି। ବର୍ତ୍ତମାନ କର୍ଣ୍ଣାଟକରେ କୋଭିଡ ସକ୍ରିୟ ସଂଖ୍ୟା ୩,୧୭୭ ହୋଇଥିବା ବେଳେ କେବଳ ବେଙ୍ଗାଲୁରୁରେ ୩,୦୬୧ ରୋଗୀ ସକ୍ରିୟ ଅଛନ୍ତି।

Comments (0)
Add Comment