ସମ୍ବଲପୁର,୧୪ା୧୦(ଡିକେ ନୁ୍ୟଜ): ପବିତ୍ର ମହାଳୟା ଅମାବାସ୍ୟାରେମା’ ସମଲେଶ୍ୱରୀଙ୍କ ସ୍ୱତନ୍ତ୍ର ବେଶ । ଧବଳମୁଖୀ ବେଶରେ ଦର୍ଶନଦେଇଥିଲେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ।ଭୋର ୪ ଟାରୁ ମା’ଙ୍କ ଆଳତୀ ପରେ ଚାଲିଥିଲା ଧବଳମୁଖୀ ବେଶଦର୍ଶନ । ବର୍ଷ ତମାମ ମା’ ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନଦେଉଥିବା ବେଳେ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଇଥିଲେ ।ମହାଳୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳେ ବୋଲିବିଶ୍ୱାସ ରହିଛି । ମା’ ଙ୍କର ଏହି ବେଶକୁ ଗଙ୍ଗା ବେଶ ବୋଲିକୁହାଯାଇଥାଏ । ଏହି ବେଶକୁ ଦେଖିବା ପାଇଁ ସମଲେଶ୍ୱରୀ ମନ୍ଦିରରେଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାରେ ମା’ଙ୍କୁଦର୍ଶନ କରିବେ, ସେନେଇ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକବ୍ୟବସ୍ଥା କରାଯାଇଥିଲା । ମା’ଙ୍କ ଏହି ବେଶକୁ ଦର୍ଶନପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥିଲେ ।