ବିଶ୍ୱକପରେ ନୁ୍ୟଜିଲ୍ୟାଣ୍ଡକୁ ୱିଲିୟମସନ ଝଟକା

ନୂଆଦିଲ୍ଲୀ, ୧୪ା୧୦: ଦୀର୍ଘ ୬ ମାସପରେ ଜାତୀୟ ଟିମକୁ ଫେରିଥିବାକେନ ୱିଲିୟମସନ ପୁଣି ଆହତହୋଇଛନ୍ତି । ଚଳିତ ଆଇପିଏଲରପ୍ରଥମ ମ୍ୟାଚରେ ୱିଲିୟମସନ ଆହତହେବାରୁ ୬ ମାସ କାଳ କ୍ରିକେଟରୁଦୂରେଇ ରହିଥିଲେ । ଏବେ ସେ ସୁସ୍ଥହେବା ସହ ବିଶ୍ୱକପ ସ୍କ୍ୱାଡକୁଫେରିଥିଲେ । କିନ୍ତୁ ସେ ପୂରା ଫିଟହୋଇ ନଥିବାରୁ ବିଶ୍ୱକପର ପ୍ରଥମଦୁଇଟି ମ୍ୟାଚ୍ ଖେଳି ନଥିଲେ ।ଶୁକ୍ରବାର ବାଂଲାଦେଶ ବିପକ୍ଷମ୍ୟାଚକୁ ସେ କମବ୍ୟାକ କରିଥିଲେ ।କିନ୍ତୁ ବ୍ୟାଟିଂ ବେଳେ ବାଂଲାଦେଶଫିଲ୍ଡରଙ୍କ ଗୋଟିଏ ଥ୍ରୋ ତାଙ୍କଅଙ୍ଗୁଳିରେ ମାଡ଼ ହୋଇଥିଲା । ତଥାପିୱିଲିୟମସନ ବ୍ୟାଟିଂ କରିଥିଲେ । ଏହିମ୍ୟାଚରେ ମଧ୍ୟ ସେ ୧୦୮ ବଲରେ୭୮ ରନର ଇନିଂସ ଖେଳିଥିଲେ ।କିନ୍ତୁ ଯନ୍ତ୍ରଣା ଅଧିକ ହେବାରୁ ସେରିର୍ଟାର୍ଡ ହଟ ହୋଇ ପ୍ୟାଭିଲିୟନଫେରିଥିଲେ । ମ୍ୟାଚର ଦିନକ ପରେନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଗୋଟିଏ ପ୍ରେସବିବୃତି ଜାରି କରି ୱିଲୟମସନଙ୍କସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନାଦେଇଛି । ବିବୃତିରେ କୁହାଯାଇଛି ଯେକେନ ୱିଲିୟମସନଙ୍କ ବାମ ହାତରବୁଢା ଅଙ୍ଗୁଳି ଭାଙ୍ଗି ଯାଇଥିବା ଏକ୍ସରେରୁସ୍ପଷ୍ଟ ହୋଇଛି । ସେ ୨୦୨୩ବିଶ୍ୱକପ ସ୍କ୍ୱାଡରେ ରହିବେ । କିନ୍ତୁ ସେଗ୍ରୁପ ପର୍ଯ୍ୟାୟର ଅଧିକାଂଶ ମ୍ୟାଚ୍ଖେଳି ନ ପାରନ୍ତି । ଟୁର୍ଣ୍ଣାମେଣ୍ଟର ଶେଷଭାଗରେ ସେ ଖେଳିବାର ସମ୍ଭାବନାରହିଛି । ସେ ଆସନ୍ତା ମାସରେ ହିଁ ଫିଟହେବେ । ଏବେ ଟମ ବ୍ଲଣ୍ଡେଲବିଶ୍ୱକପ ସ୍କ୍ୱାଡରେ ସାମିଲ ହେବାକୁଭାରତ ଆସିବେ । ୱିଲିୟମସନ ବାଦପଡ଼ିଥିବେରୁ ଟମ ଲାଥମ ଦଳରକମାଣ ସମ୍ଭାଳିବେ । ସେ ୱିଲିୟମସନଆସିବା ପୂର୍ବରୁ ୨ଟି ମ୍ୟାଚରକ୍ୟାପ୍ନେନ୍ସି କରିଥିଲେ ଓ ନ୍ୟୁଜିଲ୍ୟାଣ୍ଡ୨ଟି ଯାକ ମ୍ୟାଚ୍ ମଧ୍ୟ ଜିତିଥିଲା ।

#Sports # Newse # Newseland #DumaniKhabar
Comments (0)
Add Comment