ବେଜିଂ, : ଚୀନରୁ ଆରମ୍ଭ ହୋଇଥିବା କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱରେ ଯେଉଁ ଆତଙ୍କ ସୃଷ୍ଟି କରିଥିଲା, ତାହା ଏଯାଏଁ ମନରୁ ଲିଭିନି । ଏପଟେ ସେହି ଚୀନରେ ଦ୍ରୁତ ଗତିରେ ବ୍ୟାପୁଥିବା ଆଉ ଏକ ନୂଆ ଭାଇରସ୍ ପୁଣି ଚିନ୍ତା ବଢ଼ାଇଛି । ପିଲାଠୁ ବୁଢ଼ା ସମସ୍ତଙ୍କୁ ଏହି ନୂଆ ଭାଇରସ୍ ଆକ୍ରାନ୍ତ କରୁଛି । ହୁ ହୁ ହୋଇ ସଂକ୍ରମଣ ମାମଲା ବୃଦ୍ଧି ପାଇବା ଫଳରେ ହସ୍ପିଟାଲ ଗୁଡ଼ିକ ଭର୍ତ୍ତି ହେଲାଣି । ଚୀନରେ ଚିହ୍ନଟ ହୋଇଥିବା ଏହି ନୂଆ ଭାଇରାସର ଲକ୍ଷଣ ପ୍ରାୟ କୋରନା ମହାମାରୀ ଭଳି । ଏହି ନୂଆ ଭାଇରସର ନାଁ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ\’ ବା ଏଚ୍ଏମ୍ପିଭି ରଖାଯାଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନରେ ଏଚଏମପିଭି ଭାଇରସ୍ ପବନ ବେଗରେ ବ୍ୟାପୁଛି । ବିଶେଷ କରି ଉତ୍ତର ଚୀନରେ ସଂକ୍ରମଣ ମାମଲା ସର୍ବାଧିକ । ଏଥିରେ ୧୪ ବର୍ଷରୁ କମ୍ ବୟସ୍କ ଶିଶୁ ସର୍ବାଧିକ ସଂକ୍ରମିତ ହେଉଛନ୍ତି । ଏହି
ଭାଇରସକୁ ରୋକିବାକୁ ଚୀନ ସରକାର ରୋଗୀ ଚିହ୍ନଟ ପ୍ରକ୍ରିୟା ସହ ଆଇସୋଲେସନ ପ୍ରୋଟକଲକୁ ଅଧିକ କଡ଼ାକଡ଼ି କରିଛନ୍ତି ।