ଘରେ ପଶି ମାଆ ଓ ନାବାଳିକା ଝିଅକୁ ହାଣିଦେଲେ ମାଆ ମୃତ, ଝିଅ ଗୁରୁତର

Mother and minor daughter killed after breaking into house Mother dead, daughter critical
ବ୍ରହ୍ମପୁର, : ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ସ୍ଥିତ ଶ୍ରୀମା ନଗର ଦ୍ୱିତୀୟ ଲାଇନରେ ମା ଓ ଝିଅକୁ ଘରେ ପଶି ହାଣିଦେଲେ। ଘର ତାଲା ଭାଙ୍ଗି ମାଆ ଗାଯାତ୍ରୀ ସ୍ୱାଇଁ (୩୩)ଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ   ଝିଅ ନିଲମ ସ୍ୱାଇଁ(୧୨)ଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ କେହି କିଛି କହିପାରୁନାହାଁନ୍ତି। ଘଟଣାସ୍ଥଳରେ ନିମାଖଣ୍ଡି ଥାନା ଆଇଆଇସି କୃଷ୍ଣ ସାହା ଓ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା ପହଞ୍ଚି ତଦନ୍ତ କରୁଛନ୍ତି। ବ୍ରହ୍ମପୁର ଏସପି ଡା ସରବଣା ବିବେକ ଏମ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘର ମାଲିକ ଏନ ଲୀଲା ଦେବୀଙ୍କ କହିବା ପ୍ରକରେ ଅଗଷ୍ଟ ୩ ତାରିଖରୁ ମାଆ ଝିଅ ଭଡ଼ାରେ ରହୁଥିଲେ। ଗାୟତ୍ରୀଙ୍କ ସ୍ବାମୀ ସାଧୁ ସ୍ବାଇଁ ଭୁବନେଶ୍ବରରେ ରହୁଛନ୍ତି। ତିନିଦିନ ହେଲା ଗାୟତ୍ରୀ ଝିଅକୁ ନେଇ ହିଞ୍ଜିଳିକାଟୁ ମାଆ ଘରକୁ ଯାଇଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ଭାଇ ଚିତ୍ରସେନ ସ୍ବାଇଁ ବ୍ରହ୍ମପୁର ଘରକୁ ଆଣି ଛାଡିଥିଲେ। ଆଜି ସକାଳୁ ଘରେ ତାଲା ପଡ଼ିଥିବା ଦେଖି  ଘର ମାଲିକ ସାଧୁଙ୍କୁ ଫୋନ କରି ଜଣାଇଥିଲେ। ସାଧୁ ଗାୟତ୍ରିଙ୍କ ଭାଇ ଚିତ୍ରସେନଙ୍କୁ କହିଥିଲେ। ଚିତ୍ରସେନ ଓ ତାଙ୍କ ସାଙ୍ଗମାନେ ଆସି ତାଲା ଭାଙ୍ଗି ଘରକୁ ଯାଇଥିଲେ। ଗାୟତ୍ରୀ ମୃତ ଅବସ୍ଥାରେ ପଡ଼ିଥିବା ବେଳେ ଝିଅ ନିଲମ ଗୁରୁତର ଅବସ୍ଥାରେ ପଡ଼ିଥିଲେ।
Comments (0)
Add Comment