ନନ୍ଦନକାନନର ‘ସୁପ୍ରିୟା’ର ମୃତ୍ୟୁ

ଭୁବନେଶ୍ୱର:  ନନ୍ଦନକାନନରୁ ଦୁଃଖଦ ଖବର ଆସିଲା । ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକ ସିଂହୀର ମୃତ୍ୟୁ ହୋଇଛି। ଏହି ସିଂହୀର ନାମ ସୁପ୍ରିୟା ଥିଲା। ମୃତ୍ୟୁ ବେଳକୁ ତାର ବୟସ ୧୫ ବର୍ଷ ହୋଇଥିଲା। ସୁପ୍ରିୟା ଗତ କିଛିଦିନ ଧରି ଅସୁସ୍ଥ ଥିବା ସୂଚନା ଦିଆଯାଇଛି। ପ୍ରକାଶଥାଉକି ଗତ ଅଗଷ୍ଟ ୨୮ରେ ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା। ଆଗରୁ ମଧ୍ୟ ଆଉ ୨ଟିର ମୃତ୍ୟୁ ହୋଇଥିଲା। ୨୦୧୯ ଅକ୍ଟୋବରରେ ୮ ଆନାକୋଣ୍ଡା ଚେନ୍ନାଇ ଚିଡିଆଖାନାରୁ ଆସିଥିଲେ। ଆନାକୋଣ୍ଡା ଆସିବାର ଶହେ ଦିନ ନପୁରୁଣୁ ୨ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିଲା।

Comments (0)
Add Comment