“ବାହୁଡ଼ାଯାତ୍ରା ଓ ସୁନାବେଶ ସହ ନୀଳାଦ୍ରି ବିଜେରେ ତ୍ରୁଟି ନହେବାକୁ ଗୁରୁତ୍ୱ ଦିଆଯାଉଛି’

"Emphasis is being given to ensuring that there are no mistakes in the Niladri procession along with Bahuda Yatra and Suna Besha."

ପୁରୀ, ୧ା୭: ମହାପ୍ରଭୁଙ୍କ ଶୃଙ୍ଖଳିତ ଯାତ୍ରା ଓ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ପୁରୀରେ ପ୍ରଶାସନିକ ଅଧିକାରୀ, ସେବାୟତ ଓ ବିଭିନ୍ନ ନିଯୋଗ ସହିତ ସମୀକ୍ଷା ବୈଠକ କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଆମ ଆଗରେ ବାହୁଡ଼ାଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ଭଳି ବଡ଼ ଯାତ୍ରାର ପରି·ଳନା ପାଇଁ ଚ୍ୟାଲେଞ୍ଜ ରହିଛି । ଏହି ତିନି ଯାତ୍ରାରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ସମାଗମ ହେବ । ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ । କିନ୍ତୁ ଟ୍ରାଫିକ୍ର ସୁପରି·ଳନା ପାଇଁ ଆଲୋଚନା ହୋଇଛି । ଆଗାମୀ ଦିନରେ ଆୟୋଜନ ହେବାକୁଥିବା ମହାପ୍ରଭୁଙ୍କ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ । କିନ୍ତୁ ଭିଡ଼କୁ ସଫଳ ପରି·ଳନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଟ୍ରାଫିକ ପରି·ଳନା ପାଇଁ ମଧ୍ୟ ଆଲୋଚନା ହୋଇଛି । ଭୁବନେଶ୍ୱରରୁ ପୁରୀ ଓ କୋଣାର୍କରୁ ପୁରୀ ରାସ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ଦୁଇଟି ରାସ୍ତାରେ ପ୍ରବଳ ଭିଡ଼ ରହିବାର ସମ୍ଭାବନା ରହିଛି । ଏଥର ଭିଡ଼କୁ ପରି·ଳନା ପାଇଁ ପ୍ରସ୍ତୁତି ଜୋର କରାଯାଇଛି । ରଥଯାତ୍ରାକୁ ସଫଳ ପରି·ଳନା କରିପାରିବା ଭଳି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସେବାୟତମାନେ ସେମାନଙ୍କର ସମସ୍ୟା ସଂପର୍କରେ ଦରଖାସ୍ତ ମାଧ୍ୟମରେ ଜଣାଇଛନ୍ତି । ରଥଯାତ୍ରା ଓ ଅନ୍ୟ ସମୟରେ ହେଉଥିବା କାର୍ଯ୍ୟକ୍ରମ ଉପରେ ସକରାତ୍ମକ ଭାବରେ ଆଲୋଚନା ହୋଇଛି । ସେବାୟତମାନେ ସେମାନଙ୍କର ଦାବି ରଖିଛନ୍ତି । ସେବାୟତମାନଙ୍କର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର ଖୋଲା ଅଛି । ଅନ୍ୟପଟରେ ମହାପ୍ରଭୁଙ୍କ ଯାତ୍ରା ସଫଳ କରିବା ପାଇଁ ଆମେ ଚେଷ୍ଟା କରିବୁ ବୋଲି ସେବାୟତ ସଂଘ ପକ୍ଷରୁ କୁହାଯାଇଛି । ମହାପ୍ରଭୁଙ୍କ ପବିତ୍ର ହେରାପଞ୍ଚମୀ ଅବସରରେ ପୁରୀରେ ବିଭିନ୍ନ ପ୍ରସଙ୍ଗ ଉପରେ ଆମେ ତଦାରଖ କରିଛୁ । ଆଇନମନ୍ତ୍ରୀ, ସାଂସଦ, ତିନିଜଣ ବିଧାୟକ ମଧ୍ୟ ରଥଯାତ୍ରା ପାଇଁ ତଦାରଖ ଜାରି ରଖିଛନ୍ତି । ମନ୍ତ୍ରୀସ୍ତରୀୟ ଏକ କମିଟି ଗଠନ କରାଯାଇଛି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କମିଟିର ଅଧ୍ୟକ୍ଷା ଅଛନ୍ତି । ସେମାନେ ମଧ୍ୟ ତଦାରଖ କରୁଛନ୍ତି । ଆଗାମୀ ଦିନରେ କୌଣସି ଅଘଟଣ ନଘଟୁ । ମହାପ୍ରଭୁଙ୍କ ଇଚ୍ଛା ପୂରଣ ହେଉ । ରଥଯାତ୍ରା ସୂ·ରୁ ରୂପେ ସଂପାଦନ ହେବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ । ରଥଯାତ୍ରାରେ ଘଟିଥିବା ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରି ଶନିବାର ଓ ରବିବାର ଛୁଟି ଥିବାରୁ ଶରଧାବାଲିରେ ପ୍ରବଳ ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥିଲା । ପୋଲିସ ସୁରକ୍ଷା ଦୃଷ୍ଟିରୁ ତ୍ରୁଟି ଥିଲା । ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀ ଓ କର୍ମ·ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଗାମୀ ଦିନରେ ତ୍ରୁଟି ନହେବା ପାଇଁ ଆଲୋଚନା କରାଯାଇଛି ।

Comments (0)
Add Comment