“ଅପରେସନ୍ ମହାଦେବ’ରେ ୩ ପହଲଗାମ୍ ଆତଙ୍କୀ ନିହତ

"3 Pahalgam terrorists killed in Operation Mahadev"

ଶ୍ରୀନଗର,୨୮ା୭: ପହଲଗାମ୍ ହମଲାର ପ୍ରତିଶୋଧ ନେଲା ଭାରତୀୟ ସେନା । ଅପରେସନ୍ ‘ମହାଦେବ’ରେ ଯବାନଙ୍କ ଗୁଳିରେ ୩ ଟିଆରଏଫ୍ ଆତଙ୍କୀ ସହ ଲସ୍କର କମାଣ୍ଡର ହାସିମ ମୁସା ନିହତ । ଡ୍ରୋନରେ ଆତଙ୍କୀଙ୍କ ମୃତଦେହକୁ ମଧ୍ୟ ଚିହ୍ନଟ କରାଯାଇଛି । ଲିଡବାସ୍ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ଜମ୍ମୁ କଶ୍ମୀର ପୋଲିସ ଓ ସେନା ପକ୍ଷରୁ ଏହି ଜଏଣ୍ଟ ଅପରେସନ । ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା । ଏହି ଆତଙ୍କବାଦୀମାନେ ପହଲଗାମ୍ ହମଲାରେ ସମ୍ପୃକ୍ତ ଥିଲେ ବୋଲି କୁହାଯାଉଛି । ସୋମବାର ସର୍ଚ୍ଚ ଅପରେସନ୍ ବେଳେ ହଠାତ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ଯାହାଫଳରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଉତ୍ତେଜନା ବଢି ଯାଇଥିଲା । ଏହାପରେ ସୁରକ୍ଷାବାହିନୀ ପୁରା ଅଞ୍ଚଳକୁ ଘେରି ଯାଇଥିଲେ ଓ ଅପରେସନ୍ ଆହୁରି କଡାକଡି କରିଥିଲେ । ସୁରକ୍ଷା ଏଜେନ୍ସିକୁ ସନ୍ଦେହ ରହିଛି ଯେ, ଜଙ୍ଗଲରେ ଏବେ ବି ଆହୁରି ଟିଆରଏଫ୍ ଆତଙ୍କୀ ଲୁଚି ରହିଥାଇ ପାରନ୍ତି । ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଟିଆରଏଫ୍ ଆତଙ୍କୀ ଗତିବିଧିର ଖବର ସାମନାକୁ ଆସିଥିଲା । ସିଆରପିଏଫ୍ ଓ ଜମ୍ମୁ-କଶ୍ମୀର ପୋଲିସର ଏକ ଜଏଣ୍ଟ ଅପରେସନ୍ ଦାଛିଗାମ୍ ଜଙ୍ଗଲର ଉପର ଭାଗରେ ଏବେ ବି ଜାରି ରହିଛି । ଜାନୁଆରୀରେ ଟିଆରଏଫର ଏକ ଆ‡ାକୁ ଧ୍ୱଂସ କରି ଦିଆଯାଇଥିଲା । ଦାଛିଗାମ୍ ଜଙ୍ଗଲକୁ ପୂର୍ବରୁ ଟିଆରଏଫ୍ର ମୁଖ୍ୟ ହାଇଡଆଉଟ୍ ମନେକରାଯାଏ । ଏହି ଗ୍ରୁପ୍ ନିକଟରେ ଏଲ୍ଓସି ପାଖରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା । ଯେଉଁଥିରେ ଜଣେ ଯବାନ ଶହୀଦ ହୋଇଥିଲେ ଓ ୩ ଜଣ ଆହତ ହୋଇଥିଲେ ।

Comments (0)
Add Comment