ନୂଆଦିଲ୍ଲୀ, : ସଂସଦ ଭବନରେ ମଙ୍ଗଳବାର ବିଜେପି ନେତୃତ୍ୱାଧୀନ ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି । ସଂସଦ ଭବନର ଅଡିଟୋରିୟମରେ ଆୟୋଜିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହା ସହିତ ‘ଅପରେସନ୍ ସିନ୍ଦୂର\’ ଓ ‘ଅପରେସନ୍ ମହାଦେବ\’ର ସଫଳତାକୁ ନେଇ ପସ୍ତାବ ପାରିତ ହୋଇଛି । ବୈଠକରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ‘ଅପରେସନ୍ ସିନ୍ଦୂର\’ ବାବଦରେ ବତର୍କ ଦାବି କରି ବିରୋଧୀ ବଡ଼ ଭୁଲ କରିଛନ୍ତି । ବିରୋଧୀ ଏପରି ବିତର୍କ ସବୁଦିନ କରୁ ମୁଁ ପ୍ରସ୍ତୁତ । ସେମାନେ ଅନୁତାପ କରୁଥିବେ କହି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘କଂଗ୍ରେସ ଜମ୍ମୁ-କାଶ୍ମୀରରେ ସମ୍ବିଧାନ ଲାଗୁ କରିବାକୁ ଚାହୁଁନଥିଲା, କିନ୍ତୁ ଏନଡିଏ ସରକାର ୩୭୦ ହଟାଇ ସେଠାରେ ସମ୍ବିଧାନକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ କାମ କରିଛି । ବିରୋଧୀ ଦଳ ବିହାର ଏସଆଇଆର ଭଳି ପ୍ରସଙ୍ଗରେ ଦେଶକୁ ଭ୍ରମିତ କରୁଛନ୍ତି, କିନ୍ତୁ ଜନସାଧାରଣ ସବୁକିଛି ଦେଖୁଛନ୍ତି । ଏହି ପ୍ରସଙ୍ଗରେ ଆଲୋଚନାର ଦାବି ଅବୈଧ ।\’ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏନଡିଏ ସରକାର ସଂସଦରେ ଅପରେସନ ସିନ୍ଦୁରର ସଫଳତାକୁ ପ୍ରଭାବଶାଳୀ ଭାବରେ ଉପସ୍ଥାପନ କରିଥିଲେ ଏବଂ ବିରୋଧୀଙ୍କ ରଣନୀତି ଓଲଟା ପଡ଼ିଥିଲା । ‘ଅପରେସନ୍ ସିନ୍ଦୂର\’ ବାବଦରେ ବିତର୍କ ଦାବି ବିରୋଧୀଙ୍କ ବଡ଼ ଭୁଲ୍ । ସେମାନେ ଅନୁତାପ କରୁଥିବେ । ସେମାନେ ଏପରି ବିତର୍କ ସବୁଦିନ କରନ୍ତୁ ମୁଁ ପ୍ରସ୍ତୁତ । ଏପରି ବିରୋଧୀ ଦଳ କେଉଁଠାରୁ ପାଇବେ ଯିଏ ନିଜ ଗୋଡ଼କୁ ପଥର ମାରୁଛି । ରାହୁଲ ଗାନ୍ଧୀଙ୍କ ଉପରେ ସୁପ୍ରିମକୋର୍ଟଙ୍କ ସାମ୍ପ୍ରତିକ ଟିପ୍ପଣୀ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆମେ କ\’ଣ କହିବୁ,
ଯେତେବେଳେ ସୁପ୍ରିମକୋର୍ଟ ନିଜେ କହିଛନ୍ତି, ସୋମବାର ସୁପ୍ରିମକୋର୍ଟ ଦେଇଥିବା ଭର୍ତ୍ସନା ଅପେକ୍ଷା ବଡ଼ ଭର୍ତ୍ସନା ଆଉ କିଛି ହୋଇପାରେ ନାହିଁ । ‘ଆ ବଳଦ, ମୋତେ ମାର\’ ଭଳି ପରିସ୍ଥିତି । ସେ ବିରୋଧୀ ଦଳକ ଚ୍ୟାଲେଞ୍ଜ କରି କହିଥିଲେ, ଏପରି ବିତର୍କ ପ୍ରତିଦିନ ଆୟୋଜନ କରାଯିବା ଉଚିତ । ଏହା ମୋର ଫିଲ୍ଡ, ଏହି ଫିଲ୍ଡରେ ଭଗବାନ ମୋ ସହିତ ଅଛନ୍ତି । ସେ ପୁନରାବୃତ୍ତି କରିଥିଲେ ଯେ ବିରୋଧୀ ଦଳ ବିତର୍କ ଦାବି କରି ନିଜକୁ ପଥରରେ ଠେଲି ଦେଇଛି । ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମବାର ସୁପ୍ରିମକୋର୍ଟ ଦେଇଥିବା ଭର୍ତ୍ସନା ଅପେକ୍ଷା ବଡ଼ ଭର୍ତ୍ସନା ଆଉ କିଛି ହୋଇପାରେ ନାହିଁ । ଏନଡିଏ ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷାମନ୍ତ୍ରୀ, ଜେପି ନଡ୍ଡା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଟପ୍ ନେତା ସାମିଲ ହୋଇଥିଲେ । ବୈଠକରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଏନଡିଏ ସାଂସଦମାନେ ‘ହର ହର ମହାଦେବ\’ ଏବଂ ‘ଭାରତ ମାତା କି ଜୟ\’ ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ । ଏହା ସହ ‘ଅପରେସନ ସିନ୍ଦୂର\’ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ପୁଷ୍ପମାଳ ପକାଇ ମୋଦିଙ୍କୁ ସମ୍ମାନିତ କରିଥିଲେ ।