ଅଯୋଧ୍ୟା ରାମ ଦରବାରରେ ସ୍ଥାପନା ହେଲା ଶ୍ରୀରାମ, ମା’ ସୀତା, ହନୁମାନଙ୍କ ବିଗ୍ରହ

ଉତ୍ତରପ୍ରଦେଶ,: ବିରାଜିଲେ ଶ୍ରୀରାମ । ଅଯୋଧ୍ୟାରେ ରାମ ଦରବାରରେ ପ୍ରାଣ ପ୍ରତିଷ୍ଠା । ସ୍ଥାପନା ହେଲେ ଶ୍ରୀରାମ, ମା’ ସୀତା, ହନୁମାନଙ୍କ ସମେତ ୩ ଭାଇଙ୍କ ବିଗ୍ରହ । ରାମନାମରେ ଗୁଞ୍ଜରିତ ଚତୁର୍ଦ୍ଦିଗ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ବିଗ୍ରହଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଭକ୍ତ ପ୍ରଭୁ ଶ୍ରୀରାମ ଓ ମାଆ ସୀତାଙ୍କ ପ୍ରଥମ ଝଲକର ଦିବ୍ୟ ଦର୍ଶନ କରିଛନ୍ତି । ଶ୍ରୀରାମ, ମାଆ ସୀତା, ଲକ୍ଷ୍ଣଣ ଓ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ପାଖରେ ଅଛନ୍ତି ଭାଇ ଭରତ ଓ ଶତ୍ରୁଘ୍ନ । ଅଯୋଧ୍ୟାରେ ରାମଲାଲାଙ୍କ ପରେ, ଏବେ ରାମ ଦରବାର ମଧ୍ୟ ସମ୍ପୂର୍ଣ୍ଣ ସଜାଯାଇଛି ଏବଂ ପ୍ରାଣ ପ୍ରତିଷ୍ଠା ସମାରୋହର ପ୍ରଥମ ଫଟୋ ଆସିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ଦରବାରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ଏବଂ ବିଗ୍ରହମାନଙ୍କ ଦିବ୍ୟ ଦର୍ଶନ କରିଛନ୍ତି । ଦ୍ୱିତୀୟ ପ୍ରାଣ ପ୍ରତିଷ୍ଠା ସମୟରେ, ପ୍ରଭୁ ରାମଙ୍କୁ ରାଜା ଭାବରେ ପ୍ରତିଷ୍ଠିତ କରାଯାଇଛି । ବୁଧବାର ରାମ ମନ୍ଦିରରେ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଏଥିରେ ରାମ ଦରବାର, ଶିବ, ଶେଷାବତାର, ମା’ ଅନ୍ନପୂର୍ଣ୍ଣା, ମା’ ଦୁର୍ଗା, ପ୍ରଭୁ ସୂର୍ଯ୍ୟ ଦେବ, ଗଣେଶ ଜୀ ଏବଂ ବଜରଙ୍ଗବଳୀ ସମେତ ୮ଦେବତାଙ୍କ ଉତ୍ସବମୁଖୀ ପ୍ରତିମା ରାମଲଲ୍ଲାଙ୍କୁ ଦେଖାଯାଇଥିଲା । ସମସ୍ତଙ୍କୁ ମଖମଲ ଚାଦରରେ ଆଚ୍ଛାଦିତ ଏକ ପାଲିଙ୍କିରେ ପରିଭ୍ରମଣ କରାଯାଇଥିଲା ।

Comments (0)
Add Comment