ଆଇପିସି ଓ ସିଆରପିସି

IPC and CRPC

ବ୍ରିଟିଶ ଶାସନ ସମୟରୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ। ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦଣ୍ଡବିଧାନ କରାଯିବ। କାରଣ ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି ଭାରତୀୟ ନ୍ୟାୟ ସଂହିତା ବିଲ୍‌। ରାଷ୍ଟ୍ରପତି ମୋହର ମାରିବା କ୍ଷଣି ଏହା ଆଇନରେ ପରିବର୍ତ୍ତନ ହେବ। ଭାରତ ସରକାର ବ୍ରିଟିଶ ଅମଳର ଆଇନକୁ ବଦଳାଇବା ପାଇଁ ମୋଟ ୩ଟି ବିଲ୍‌ ଆଣିଥିଲେ। ୧୮୬୦ ମସିହାକୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ। ସେହିପରି ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ ୧୮୭୨(ଆଇଇଏ) ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ଆଜି ଲୋକସଭାରେ ଉପସ୍ଥାପନ କରିଥିଲେ। ପୂର୍ବରୁ ଆଇପିସିରେ ଥିବା ଦେଶଦ୍ରୋହ ଆଇନକୁ ବଦଳାଇ ଦିଆଯାଇଛି। ପ୍ରସ୍ତାବିତ ଆଇନରେ ଦେଶଦ୍ରୋହର ଶବ୍ଦ ନାହିଁ। ଏହି ଶ୍ରେଣୀରେ ଆସୁଥିବା ଅପରାଧକୁ ଧାରା ୧୫୦ ଅଧୀନରେ ବିଚାର କରାଯିବ। ଯଦି କେହି ଜାଣିଶୁଣି ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ନିଜର ଶବ୍ଦ, ଆଚରଣ, ବୈଦ୍ୟୁତ ଯୋଗାଯୋଗ ଦ୍ୱାରା କ୍ଷତି ପହଞ୍ଚାଇବ କିମ୍ବା ଏଥିପାଇଁ ପାଣ୍ଠି ଯୋଗାଣ କରିବ, ତା’ହେଲେ ସେମାନଙ୍କୁ ଆଜୀବନ ଜେଲଦଣ୍ଡ କିମ୍ବା ଜେଲ ଦଣ୍ଡ ଯାହା ୭ ବର୍ଷ ଯାଏ ବଢ଼ିବ ଓ ଜୋରିମାନା ଲାଗୁ କରାଯିବ। ବିଲ୍‌ରେ ଭିଡ଼ ହିଂସା ବା ମବ ଲିଚିଂ ପାଇଁ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ଜେଲ ଓ ନାବାଳିକା ଦୁଷ୍କର୍ମ ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଛି। ନୂଆ ବିଲ୍‌ରେ ମହିଳା, ଛୋଟ ପିଲା, ହତ୍ୟା ଓ ଦେଶ ବିରୋଧୀ କାର୍ଯ୍ୟକଳାପକୁ ରୋକିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପ୍ରଥମଥର ପାଇଁ ଛୋଟ ମୋଟ ଅପରାଧ ପାଇଁ ଜେଲ ବଦଳରେ ସମାଜ ସେବା ଭଳି ଦଣ୍ଡ ମିଳିବ। ସେହିପରି ଅପରାଧ ପାଇଁ ଲିଙ୍ଗଗତ ନିରପେକ୍ଷତା ଅବଲମ୍ବନ କରାଯିବ। ବିଲ୍‌ରେ ସାଂଘାତିକ ଅପରାଧ ପାଇଁ ପୂର୍ବରୁ ଥିବା ମୃତ୍ୟୁଦଣ୍ଡକୁ ପୂର୍ବଭଳି କାଏମ ରଖାଯାଇଛି। ଅପରାଧ ଯେଉଁଠି ଘଟିଥିଲେ ମଧ୍ୟ ଯେକୌଣସି ସ୍ଥାନରେ ଏଫଆଇଆର ରୁଜୁ କରାଯାଇ ପାରିବ।ଚେନ ଛିଣ୍ଡାଇ ନେବା ଭଳି ଘଟଣା ପାଇଁ ଦଣ୍ଡ ମିଳିବ। ଦୋଷୀକୁ ସର୍ବାଧିକ ୭ ବର୍ଷ ଯାଏ ଜେଲଦଣ୍ଡ ମିଳିପାରେ। ଘଟଣାସ୍ଥଳରେ ଫରେନ୍ସି ଟିମ ମଧ୍ୟ ଯାଞ୍ଚ କରିବ। ଯଦି କୌଣସି ଅପରାଧ ପାଇଁ କାହାକୁ ଗିରଫ କରାଯାଉଛି, ତା’ହେଲେ ତୁରନ୍ତ ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇବ। ଏଥିପାଇଁ ଜଣେ ସ୍ୱତନ୍ତ୍ର ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ। ୩ ବର୍ଷ ଯାଏ ଜେଲ ମିଳିବାକୁ ଥିବା ଅପରାଧଗୁଡ଼ିକ ଟ୍ରାଏଲ ଶୀଘ୍ର କରିବାକୁ ବ୍ୟବସ୍ଥା ହେବ। ଚାର୍ଜଫ୍ରେମ ହେବାର ୩୦ ଦିନ ମଧ୍ୟରେ ବିଚାରପତିଙ୍କୁ ଏହି ମାମଲାରେ ରାୟ ଦେବାକୁ ପଡ଼ିବ। ସାଂଗଠନିକ ଅପରାଧ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ମୃତ୍ୟୁର ଦଣ୍ଡକୁ ସ୍ଥିତି ଅନୁସାରେ ଆଜୀବନ ଜେଲରେ ପରିଣତ କରାଯାଇ ପାରିବ। କିନ୍ତୁ ଅପରାଧୀକୁ ସଂପୂର୍ଣ୍ଣ ଭାବେ ଖଲାସ କରାଯାଇ ପାରିବ ନାହିଁ। ଏଥିସହ ୩ ବର୍ଷ ମଧ୍ୟରେ ହିଁ ନ୍ୟାୟ ମିଳିବ।

#bhubaneswar#dumanikhabar#india#latestnews#news
Comments (0)
Add Comment