ଆଉଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା

ଭୁବନେଶ୍ୱର, : ଜଳବାୟୁ ପରିବର୍ତ୍ତନ ବିଶ୍ୱସ୍ତରରେ ପ୍ରମୁଖ ସମସ୍ୟା ପାଲଟିଛି । କିନ୍ତୁ ଏହାର ପ୍ରଭାବରେ ସ୍ଥାନୀୟସ୍ତରରେ ସମସ୍ୟା ହେଉଛି । ବାୟୁମଣ୍ଡଳ ତାପମାତ୍ରା ବଢୁଛି । ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଏହା ଫଳରେ ହିଟ୍‌ ୱେଭର ଇଣ୍ଟନସିଟି ବଢୁଛି । ରାତିର ତାପମାତ୍ରା ବଢୁଛି । ଯାହା ଫଳରେ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡୁଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଗୋଟିଏ ଡିଗ୍ରୀ ତାପମାତ୍ରା ବଢିଲେ ସାତ ପ୍ରତିଶତ ଆର୍ଦ୍ରତା ବଢୁଛି । ତେଣୁ ଅଧିକ ସ୍ୱାସ୍ଥ୍ୟ ଖରାପ ହେଉଛି । ମଣିଷ ସହ ପଶୁପକ୍ଷୀଙ୍କ ଉପରେ ପ୍ରଭାବ ପଡୁଛି । ଚଳିତ ସିଜିନରେ ଓଡିଶାରେ ସାଧାରଣ ବର୍ଷା ଠାରୁ ଅଧିକ ବର୍ଷା ହେବ । ଲଘୁଚାପ ସଂଖ୍ୟା ଅଧିକ ରହିବ । ସାମୁଦ୍ରିକ ଜୁଆର ବଢିବ । ଏ ସିଜନରେ ରାଜ୍ୟରେ ବହୁ ଅଧିକ ବର୍ଷା ହେବାକୁ ଥିବାବେଳେ ଉତ୍ତର ଓ ଦକ୍ଷିଣ ଓଡିଶା, ମହାନଦୀ କ୍ୟାଚମେଣ୍ଟ, ଗୋଦାବରୀ ଓ କ୍ରିଷ୍ଣା କ୍ୟାଚମେଣ୍ଟରେ ଅଧିକ ବର୍ଷା ହେବ । ତେଣୁ ଏସବୁ ନଦୀ ଅବବାହିକା ଉପରେ ରେଗୁଲାର ତଦାରଖ କରିବା ଆବଶ୍ୟକ ବୋଲି କହିଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ଓଡ଼ିଶା ଉପକୂଳ ରାଜ୍ୟ ହୋଇଥିବାରୁ ବିଜୁଳି, ଘଡ଼ଘଡ଼ି ପରିମାଣ ବଢୁଛି । ଲଘୁଚାପ ସଂଖ୍ୟା ମଧ୍ୟ ବଢୁଛି । କିନ୍ତୁ ଡିପ୍ରେସନ କମୁଛି । ଉତ୍ତର ବଙ୍ଗୋପସାଗରରେ ଅଧିକ ଲଘୁଚାପ ସୃଷ୍ଟି ହେଉଛି । ଚଳିତ ସିଜିନରେ ଅଧୀକ ୩୫ ପ୍ରତିଶତ ବର୍ଷା ହୋଇଛି । ଜୁଲାଇ ମାସରେ ଏଯାଏ ୭୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହେଲାଣି । ସେପଟେ ଆରବ ସାଗରରେ ବାତ୍ୟା ବଢୁଛି । ବାତ୍ୟା ଏବେ
ଧୀରେ ଗତି କରୁଛି । ପୂର୍ବରୁ ବାତ୍ୟା ଉପକୂଳ ଅତିକ୍ରମ କରିବାକୁ ୩ ଘଣ୍ଟା ଲାଗୁଥିଲା । କିନ୍ତୁ ଏବେ ୬ ଘଣ୍ଟା ଲାଗୁଛି । ଉପକୂଳ ଅଞ୍ଚଳରେ କ୍ଷତି ହେଉଛି । ଅତି ପ୍ରବଳ ବର୍ଷା, ସାମୁଦ୍ରିକ ଜୁଆର ଓ ପବନ ଉପକୂଳ ଅଞ୍ଚଳରେ ଲାଗି ରହିବ । ବାତ୍ୟାର ଇଣ୍ଟନସିଟି ବଢି ନ ଥିଲେ ମଧ୍ୟ ରେଟ ଅଫ ଇଣ୍ଟେନ୍ସିଫିକେସନ ଏବଂ ସ୍ଲୋମୋସନ ପାଇଁ ଓଡିଶା ଉପରେ କୁପ୍ରଭାବ ପଡୁଛି । ଏସବୁ ପାଇଁ ଆନୁଷ୍ଠାନିକ ଭିତ୍ତିରେ ପଦକ୍ଷେପ ନିଆଯାଉଛି । କ୍ଳାଇମେଟ ପଲିସି କରାଯାଉଛି । ରିସର୍ଚ୍ଚକୁ ଗୁରୁତ୍ୱ ଦିଆଯାଉଛି । ଘର ପାଖ ପୋଖରୀ ଓ ଗଡ଼ିଆକୁ ସୁରକ୍ଷିତ ଓ ସ୍ୱଚ୍ଛ ରଖିବା ଆବଶ୍ୟକ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ ସୁବର୍ଣ୍ଣରେଖାରେ ବିଶେଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ଅନ୍ୟ ଏକ ଲଘୁଚାପ ଗଲାଣି ଓ ବର୍ତ୍ତମାନ ଏକ ଲଘୁଚାପ କ୍ଷେତ୍ର ଝାଡ଼ଖଣ୍ଡ ନିକଟସ୍ଥ ଅଞ୍ଚଳରୁ ଧୀରେଧୀରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଓଡ଼ିଶାରେ ଯେଉଁ ପରିମାଣରେ ବର୍ଷା ହେଉଥିଲା ତାହା କମି ଯାଇଛି । ଆସନ୍ତା ୧୩ ତାରିଖ କିମ୍ବା ୧୪ ତାରିଖରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଫଳରେ ଓଡ଼ିଶାରେ ପୁଣି ଭଲ ବର୍ଷା ହେବାର ସମ୍ଭାବନା ରହିଛି ।

Comments (0)
Add Comment