ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇଲେ କନ୍ତିଆର ବାଳକ

ଯାଜପୁର, : ଦୁଇ ବର୍ଷର ବାଳକ ଉତ୍ତମ ଚମତ୍କାରୀ ପାଠ, ଅନର୍ଗଳ ଭାବେ କହି ନିଜ ନାମକୁ ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡସ୍‌ରେ କଲେ ଲିପିବଦ୍ଧ । ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଞ୍ଚାୟତ କନ୍ତିଆ ଗ୍ରାମର ବିକାଶ ରଞ୍ଜନ ପ୍ରଧାନ ଓ ରାଜଲକ୍ଷ୍ମୀ ଧଳଙ୍କ ପୁଅ । କସିତ ନିଜର ବିସ୍ମୟ କର ସ୍ମରଣ ଶକ୍ତିର ପରିଚୟ ଦେଇ ନିଜର ନାମକୁ ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡସ୍‌ରେ ସ୍ଥାନିତ କରିଛନ୍ତି । ବାପା ସେନା ବାହିନୀରେ କାର୍ଯ୍ୟରତ ରହି ଦେଶ ମାତୃକାର ସେବା କରି ନିଜ ପରିବାର ଓ ନିଜ ଅଞ୍ଚଳକୁ ଗର୍ବିତ କରୁଥିବା ସମୟରେ ତାଙ୍କର ୨ ବର୍ଷର ପୁଅ ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡସ୍‌ରେ ନିଜର ନାଁ କରି ଆଜି ତାଙ୍କୁ ତାଙ୍କ ପରିବାର ଓ ସମଗ୍ର ଜିଲ୍ଲାକୁ ଗର୍ବିତ କରିଛି । ଯେଁଉ ବୟସରେ ପିଲାମାନେ ଠିକ୍ ସେ କଥା ମଧ୍ୟ ହୋଇପାରନ୍ତି ନାହିଁ ସେହି ବୟସରେ । ୟକସିତ ଇଂରାଜୀରେ ଶରୀରର ବିଭିନ୍ନ ଅଙ୍ଗର ନାମ ସହିତ, ଫଳ, ପଶୁ, ପକ୍ଷୀ ସହିତ ବିଭିନ୍ନ ଦେଶର ଜାତୀୟ ପତାକାର ଚିହ୍ନ କହି ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ୟକସିତଙ୍କର୍ ଏହି ସଫଳତାକୁ ନେଇ ମା’ରାଜଲକ୍ଷ୍ମୀ କହିବା କଥା ଭଗବାନ ଓ ପରିବାରର ଗୁରୁଜନଙ୍କ ଆଶ୍ରିବାଦ ଲାଗି ପୁଅକୁ ଏହି ସଫଳତା ମିଳିପାରିଛି । ଛୋଟ ବେଳୁ ୟକସିତ ସବୁ ବିଷୟରେ ଜାଣିବାର ଆଗ୍ରହ ଦେଖାଇଛି ଏପରିକି ତାକୁ ଯାହା
ଶିଖାଇଲେ ସେ ସଙ୍ଗେ ସଙ୍ଗେ ତାକୁ ମନେରଖି ଦେଉଥିବାର ଦେଖିବାକୁ ମିଳିଥିଲା । ଯାହା ତାକୁ ଏହି ସଫଳତା ଆଣି ଦେଇଛି । ୟକସିତଙ୍କ ସଫଳତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ସମୟରେ ଏହି ସଫଳତାକୁ ନେଇ ତାଙ୍କ ପରିବାର ଲୋକେ ଖୁସି ଥିବାବେଳେ ନାତିର ଉତ୍ତମ ଭାବିଶ୍ୱତ କାମନା କରିବା ସହିତ ସେ କିଭଳି ଭଲ ମଣିଷ ହୋଇ ଆହୁରି ନାଁ କରୁ ତାହା କାମନା କରିଛନ୍ତି ୟକସିତଙ୍କ ଜେଜେ ମା ଓ ଗ୍ରାମବାସୀ ।

Comments (0)
Add Comment