ଇଫକୋ ପାରାଦୀପ ୟୁନିଟ କୁ “ଶ୍ରେଷ୍ଠ ମଦର ପ୍ଲାଣ୍ଟ ୨o୨୫” ପୁରସ୍କାର

IFFCO Paradip Unit wins "Best Mother Plant 2025" award

ପାରାଦୀପ – ଭାରତୀୟ କୃଷକ ସାର ସମବାୟ ସଂଗଠନ (ଇଫକୋ) ପାରାଦୀପ ୟୁନିଟ କୁ ଓଡିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଓଏଏସଏମଇ) ଦ୍ୱାରା “ଶ୍ରେଷ୍ଠ ମଦର ପ୍ଲାଣ୍ଟ ୨o୨୫” ପୁରସ୍କାରରେ ସମ୍ମାନିତ କରାଯାଇଛି l ଅଗଷ୍ଟ ୧୨ ରେ ଓଏଏସଏମଇ ର ୪o ତମ ପ୍ରତିଷ୍ଠା ଦିବସ ଏବଂ ବାର୍ଷିକ ସମ୍ମିଳନୀ ୨୦୨୫ ପାଳନ ଅବସରରେ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ପୁରସ୍କାର ପ୍ରଦାନ କରିଥିଲେ l ଏହି ଅବସରରେ ଓଡିଶା ସରକାରଙ୍କ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଶିଳ୍ପ ବିଭାଗ ଅତିରିକ୍ତ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ l ଇଫକୋ ପାରାଦୀପ ୟୁନିଟ ମୂଖ୍ୟ ପି.କେ. ମହାପାତ୍ର ଏହି ସମ୍ମାନ ପାଇଁ ଓଏସଏମଇ ଏବଂ ଓଡିଶା ସରକାରଙ୍କୁ କୃତଜ୍ଞତା ଜଣାଇବା ସହିତ ଏହି ପୁରସ୍କାର ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିପ୍ରତି ଇଫକୋ ର ପ୍ରତିବଦ୍ଧତା ଏବଂ ରାଜ୍ୟର ଶିଳ୍ପ ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ଏମଏସଏମଇ ଗୁଡିକୁ ସୁଦୃଢ କରିବା ପାଇଁ ଆମର ନିରନ୍ତର ପ୍ରୟାସ ର ଏହା ଏକ ନିଦର୍ଶନ ବୋଲି କହିଛନ୍ତି l

Comments (0)
Add Comment