ଇସ୍ରାଏଲ ଲଞ୍ଚ କଲା ଗୁଇନ୍ଦା ସାଟେଲାଇଟ୍‌, ୨୪ ଘଣ୍ଟା ଶତ୍ରୁ ଉପରେ ରଖିବ ନଜର

Israel launches spy satellite, will keep an eye on the enemy for 24 hours

ନୂଆଦିଲ୍ଲୀ, : ଇସ୍ରାଏଲ ନିଜର ଗୁଇନ୍ଦା ସାଟେଲାଇଟ୍ \”ଅଫେକ ୧୯\’କୁ ମଙ୍ଗଳବାର ବିଳମ୍ବିତ ରାତିରେ ମହାକାଶକୁ ସଫଳତାର ସହ ଲଞ୍ଚ କରିଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ଏହି ସାଟେଲାଇଟ୍ ଯୋଜନା ଅନୁସାରେ କାମ କରୁଛି । ଏହା ସହାୟତାରେ ଇସ୍ରାଏଲ ଶତ୍ରୁ ଉପରେ ନଜର ରଖିପାରିବ ଓ ପ୍ରତି ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିବ । ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ବୁଧବାର କହିଛନ୍ତି, ଇସ୍ରାଏଲ ପକ୍ଷରୁ ଅର୍ବିଟରେ ଲଞ୍ଚ କରାଯାଇଛି । ଗୁଇନ୍ଦା ସାଟେଲାଇଟ୍ ଏହାର ଶତ୍ରୁଙ୍କ ପାଇଁ ଏକ ଖାସ୍ \”ବାର୍ତ୍ତା\’ ଦେଇଛି । ପ୍ରତିରକ୍ଷାମନ୍ତ୍ରୀ ଇସ୍ରାଏଲ କାଟଜ୍ ଏକ୍ସରେ ଲେଖିଛନ୍ତି, କାଲି ଅଫେକ୍ ୧୯ ଉପଗ୍ରହର ଉତ୍‌କ୍ଷେପଣ ସର୍ବୋଚ୍ଚ ବିଶ୍ୱସ୍ତରୀୟ ସଫଳତା । କିଛି ଦେଶ ନିକଟରେ ଏହି କ୍ଷମତା ରହିଛି । ଏହା ଆମର ସବୁ ଶତ୍ରୁଙ୍କ ପାଇଁ ଏକ ବଡ଼ ବାର୍ତ୍ତା । ସେମାନେ ଯେ କେହି ବି ହୋଇଥାନ୍ତୁ, ଆମେ ପ୍ରତି ସମୟ ଓ ପ୍ରତି ସ୍ଥିତି ଉପରେ ନଜର ରଖିଛୁ ।\’ ଏହି ସାଟେଲାଇଟ୍‌ ଇସ୍ରାଏଲ ଓ ଇରାନ ଭିତରେ ୧୨ ଦିନ ଧରି ଚାଲିଥିବା ଯୁଦ୍ଧକୁ ୨ ମାସ ପରେ ଲଞ୍ଚ କରାଯାଇଛି । ଏହି ସମୟରେ ଇସ୍ରାଏଲ ୧୦୦୦ କିଲୋମିଟରରୁ ଅଧିକ ଦୂରରୁ ଇରାନର ପରମାଣୁ ୟୁନିଟ୍ ଉପରେ ଆକ୍ରମଣ କରିଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁସନ୍ଧାନ ଏବଂ ବିକାଶ ନିର୍ଦ୍ଦେଶାଳୟର ମୁଖ୍ୟ ଡାନିୟଲ ଗୋଲ୍ଡଙ୍କ କହିବା ଅନୁସାରେ, ଆକ୍ରମଣକୁ ନିର୍ଦ୍ଦେଶିତ କରିବା ପାଇଁ ଇରାନ କ୍ଷେତ୍ରକୁ ୧୨,୦୦୦ରୁ ଅଧିକ ଉପଗ୍ରହ ଫଟୋ ଏକତ୍ର କରାଯାଇଥିଲା ।

Comments (0)
Add Comment