ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଜନଜାତି ଅଞ୍ଚଳର ବିକାଶ ପାଇଁ ପ୍ରକଳ୍ପ ମଞ୍ଜୁରୀ ଓ କାର୍ଯ୍ୟକାରିତା ସମ୍ପର୍କିତ ବୈଠକ

Meeting on project approval and implementation for development of tribal areas chaired by Development Commissioner

ଭୁବନେଶ୍ୱର, : ମଙ୍ଗଳବାର ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିକାଶ ବିଭାଗର ଦୁଇଗୋଟି ବୈଠକରେ ଅଧ୍ୟକ୍ଷତା କରି ବିଭାଗ ଦ୍ୱାରା ଜନଜାତି ଅଂଚଳର ବିକାଶ ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ହେଉଥିିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ପ୍ରଥମ ବୈଠକଟି ଜନଜାତି ଅଂଚଳର ବିକାଶ ପାଇଁ ସମ୍ବିଧାନର ୨୭୫(୧) ଅନୁଚ୍ଛେଦ ଅନୁସାରେ ରାଜ୍ୟକୁ ପ୍ରଦାନ କରାଯାଉଥି ବା ଅର୍ଥର ବିନିଯୋଗ ପାଇଁ ପ୍ରକଳ୍ପ ଅନୁମୋଦନ ସଂପର୍କିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭିନ୍ନ କାର୍ଯ୍ୟ ବାବଦକୁ ୧୭୮ କୋଟିର ପ୍ରକଳ୍ପ କମିଟି ଦ୍ୱାରା ଅନୁମୋଦନ କରାଯାଇ ଭାରତ ସରକାରକୁ ସୁପାରିଶ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ଜନଜାତି ଅଂଚଳରେ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ନୂତନ ହଷ୍ଟେଲ, ଶିକ୍ଷକମାନଙ୍କ ପାଇଁ କର୍ମଚାରୀ କ୍ୱାର୍ଟର, ରାସ୍ତା ଓ ସେତୁ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି । କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରି ଉପଯୁକ୍ତ ଭାବେ ସମ୍ପୂର୍ଣ ଯୋଜନାଭିଭିକ ପ୍ରସ୍ତୁତି କରି ପ୍ରକଳ୍ପ ଶେଷ କରାଯିବା ଉପରେ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଥିଲେ ।

Comments (0)
Add Comment