ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଜଳ ସଂପଦ ବିଭାଗୀୟ କାର୍ଯ୍ୟ ସମୀକ୍ଷା

Development Commissioner and Additional Chief Secretary reviews work of Water Resources Department

ଭୁବନେଶ୍ୱର, 12/7: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଜଳ ସଂପଦ ବିଭାଗରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ଜଳ ସଂପଦ ବିଭାଗର ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ପ୍ରସ୍ତାବିତ ନୂଆ ରାଜ୍ୟ ଜଳ ନୀତିରେ ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥି ସହିତ ଆନ୍ତଃ ରାଜ୍ୟ ଜଳସଂଯୋଗୀକରଣ, ବିଭାଗୀୟ ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ରହୁଥିବା ସମସ୍ୟା ଓ ସମାଧାନ ଆଦି ସଂପର୍କରେ ଉନ୍ନୟନ କମିଶନର ଆଲୋଚନା କରି ବିଭିନ୍ନ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠିତ ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ପରିକଳ୍ପନା), ସର୍ବୋଚ୍ଚ ଯନ୍ତ୍ରୀ, (ପ୍ରୋକ୍ୟୁରମେଣ୍ଟ), ଓଡିଶା ଉଠା ଜଳ ସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment