ଏଆଇର ଅପବ୍ୟବହାର ନେଇ ଉଦ୍‌ବେଗ

Concerns about misuse of AI

ନୂଅଦିଲ୍ଲୀ,୧୪ା୧୨: ଆରମ୍ଭ ହୋଇଛି ଗ୍ଲୋବାଲ ପାର୍ଟନରସିପ୍‌ ଅନଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ମିଳନୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ କିପରି ଏଆଇର ବ୍ୟବହାର ସୁରକ୍ଷିତ ଓ ସଚେତନ ଉପାୟରେ କରାଯାଇ ପାରିବ ସେ ନେଇ ସଭାରେ ଯୋଗ ଦେଇଥିବା ଲୋକ, ମନ୍ତ୍ରୀ ତଥା ଅଫିସରମାନଙ୍କୁ ଜାଗ୍ରତ ହେବା ପାଇଁ ଆହ୍ୱାନ ଦେଇଛନ୍ତି ।
ଏଆଇର ବ୍ୟବହାର ଓ ସୁବିଧା ପାଇଁ ଲୋକମାନଙ୍କ ମଧ୍ୟରେ ପରିଚିତ ହେବା ସହ ଏହାର ଅପ ବ୍ୟବହାରର ଅନେକ ଘଟଣା ଦିନକୁ ଦିନ ସାମ୍ନାକୁ ଆସୁଛି । ଏଣୁକରି
ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମିଳନୀ ମାଧ୍ୟମରେ ପୂର୍ବରୁ ଦିଆଯାଇଥିବା ତଥ୍ୟ ଆଧାରରେ ଅନେକ ଉପଯାଗୀ ଉତ୍ତର ଦେଇପାରୁଥିବା ଏଆଇର ଅପବ୍ୟବହାର, ତଥ୍ୟ ଚୋରୀ, ଡିପଫେକ ଓ ଆତଙ୍କବାଦ ପାଇଁ ହେଉଥିବା ଭୁଲ ବ୍ୟବହାରକୁ ନେଇ ସମସ୍ତଙ୍କୁ ସଚେତନ କରାଇଛନ୍ତି । ମୋଦୀ ଏହା ମଧ୍ୟ କହିଛନ୍ତି କି ଦେଶର ଶାସନ ବ୍ୟବସ୍ଥା ସୁଦୃଢ କରିବାକ ହେଲେ ଏହାର ଧାରଣୀୟ ବିକାଶ ହେବା ସହ ସ୍ୱଚ୍ଛତା ରକ୍ଷା କରିବା ନିହାତି ଜରୁରୀ । ଏହି ଆଧୁନିକ ଶୈଳିର ନିରପେକ୍ଷ ବ୍ୟବହାର ଶାସନ ବ୍ୟବସ୍ଥାକୁ ଅଧିକ ବିଶ୍ୱାସ ଯୋଗ୍ୟ କରାଏ । ଏଆଇର ସୃଷ୍ଟି ଲୋକମାନଙ୍କ କାର୍ଯ୍ୟଭାର ହାଲୁକା କରିବା ତଥା ସମସ୍ତ କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ଏବଂ ଜନ ସମାଜକୁ ଗୋଟିଏ ପାଦ ଆଗେଇ ନେବା ପାଇଁ । ଏଆଇ କେବଳ ଏକ ନୂଆ ଟେକ୍ନୋଲୋଜି ନୁହେଁ ଏକ ବିଶାଳ ଯୁଗର ଆରମ୍ଭ । ଏଣୁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଅଫିସର ଯାଏଁ ସମସ୍ତେ ଏହାର ଉଚିତ ବିନିଯୋଗ ଓ ସୁରକ୍ଷା ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ କହିଛନ୍ତି । ଏଆଇର ଅପବ୍ୟବାର ରୋକିବା ପାଇଁ କଡା ନିୟମ ଲାଗୁ କରିବାର ଆବଶ୍ୟକତା ରହିଛି । ମୋଦୀଙ୍କ ସହ କେନ୍ଦ୍ର ସୂଚନା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏଆଇର ବ୍ୟବହାର କିପରି କୃଷି ଠାରୁ ଆରମ୍ଭ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ଯାଏଁ ସବୁ ଦିଗରେ ସହାୟକ ହେଉଛି ତା ଉପରେ ଆଲୋଚନା କରିଥିଲେ । ଏଆଇର ଭୟାବହତାକୁ ସୂ•ଇବା ପାଇଁ ନାଲି, ହଳଦିଆ ଓ ସବୁଜ ଭାବେ ତିନିଟି ବିଭାଗ କରାଯାଇଛି । ଏଆଇ ଯୋଗୁଁ ଦେଖିବାକୁ ମିଳୁଥିବା ଡିପଫେକ ସମସ୍ୟାକୁ ନେଇ ଆଲୋଚନା କରିବା ସହ ମୋଦୀ କହିଛନ୍ତି କି ଏହାର ବିଶ୍ୱାସଯୋଗ୍ୟତା ବୃଦ୍ଧି କରିବା ପାଇଁ ୱାଟର ମାର୍କର ବ୍ୟବହାର କଲେ ସଠିକ ତଥ୍ୟକୁ ଚିହ୍ନିବା ସହଜ ହେବ । ଏହି ସମ୍ମୀଳନୀର ଉଦଘାଟନୀ ସମାରୋହରେ ଜାପାନର ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ହିରୋଶୀ ୟୋଶିଦା ନଧ୍ୟ ଯୋଗ ଦେଇଥିଲେ । ୟୁରୋପିଆନ ୟୁନିଅନ ଓ ୨୮ ରାଜ୍ୟର ସଂଘ ହେଉଛି ଜିପିଏଆଇ । ଏହା ବର୍ତ୍ତମାନ ସମୟରେ ଏଆଇ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ଏହାକୁ ଅଧିକ ଉପେଯାଗୀ କରିବା ପାଇଁ କାମ କରିଥାଏ । ୨୦୨୪ରେ ଭାରତ ଜିପିଏଆଇରେ ସାମିଲ ହୋଇଥିବା ବେଳେ •ଇନା ଅଦ୍ୟବଧି ଏହାର ସଭ୍ୟ ହୋଇନାହିଁ ।

#dumanikhabar#india#latestnews#modi#New Delhi#news
Comments (0)
Add Comment