ଭୁବନେଶ୍ୱର,: ୧୯୯୯ ମସିହାର ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଅନେକ ପରିବର୍ତ୍ତନ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଘଟିଥିବା ରୂପାନ୍ତରଣ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି । ବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ଦେଶକୁ ସହଯୋଗ ପ୍ରଦାନ କରୁଥିବା ବିଶ୍ୱବ୍ୟାଙ୍କ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ସ୍ୱୀକୃତି ଦେବା ସହ ନିଜ ଏକ ପ୍ରେରଣାଦାୟୀ ଉଦାହରଣ ଭାବରେ ନିଜ ୱେବସାଇଟ୍ରେ ପ୍ରକାଶ କରିଛି । ବିଶ୍ୱବ୍ୟାଙ୍କ ୱେବସାଇଟ୍ରେ ପ୍ରକାଶ ପାଇଥିବା ଏକ ଆଲେଖ୍ୟରେ ଓଡ଼ିଶାର ସମ୍ପୂର୍ଣ୍ଣ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ପ୍ରକାଶିତ ରିପୋର୍ଟ ଅନୁସାରେ, ଓଡ଼ିଶାର ସମ୍ପୂର୍ଣ୍ଣ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ପ୍ରକାଶିତ ରିପୋର୍ଟ ଅନୁସାରେ, ଓଡ଼ିଶାର ଅଣ୍ଟା ଭାଙ୍ଗିଦେଇଥିବାn ୧୯୯୯ ମସିହାର ବିଧ୍ୱଂସୀ ମହାବାତ୍ୟାକୁ ପଚିଶ ବର୍ଷ ବିତିଗଲାଣି । ଏହି ମହାବାତ୍ୟା ୧୦ ହଜାରରୁ ଅଧିକ ମୂଲ୍ୟବାନ ଜୀବନ ନେଇଥିବାବେଳେ ପ୍ରାୟ ୧୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ । ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ଓଡ଼ିଶାର ଅର୍ଥନୀତି । କିନ୍ତୁ ଏଥିରେ ଭାଙ୍ଗି ନ ପଡ଼ି ପୁନଃନିର୍ମାଣରେ ବ୍ରତୀ ହୋଇ ଓଡ଼ିଶା ରାଜ୍ୟବାସୀଙ୍କୁ ଭବିଷ୍ୟତର ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ କେବଳ ସଙ୍କଳ୍ପ ନେଇନାହିଁ, ବରଂ “ଶୂନ ଜୀବନ ହାନୀ’ ନୀତିକୁ ଆଧାର କରି ବିପର୍ଯ୍ୟୟ ପରି·ଳନାରେ ଏକ ବିଶ୍ୱସ୍ତରୀୟ ଉଦାହରଣ ସୃଷ୍ଟି କରିଛି । ୨୦୧୩ରେ ଆସିଥିବା ବାତ୍ୟା ଫାଇଲିନ୍ ଉପକୂଳରେ ମାଡ଼ ହେବା ପୂର୍ବରୁ ଓଡ଼ିଶା ବିଶ୍ୱର ସବୁଠାରୁ ସଫଳ ବିପର୍ଯ୍ୟୟ ପରି·ଳନା ପ୍ରୟାସ କରି ସଫଳ ହୋଇଛି । ୧୯୯୯ ମସିହା ପରେ ଦେଶର ସବୁଠୁ ଶକ୍ତିଶାଳୀ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର କରିଥିଲେ । ଏହାପରେ ୨୦୧୯ ରେ ଆସିଥିବା ଆଉ ଏକ ଶକ୍ତିଶାଳୀ ବାତ୍ୟା ଫନି ସମୟରେ ପ୍ରାୟ ୧.୨ ନିୟୁତ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା; ଯାହା ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାରେ ନିଷ୍ଠା ଓ ପ୍ରତିବଦ୍ଧତାକୁ ପ୍ରମାଣିତ କରିଥିଲା । ୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶା ଭାରତରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସ୍ଡମା) ପ୍ରତିଷ୍ଠା କରିଥିଲା । ୨୦୦୫ ରେ ଓଡ଼ିଶା ଢାଞ୍ଚାରେ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ) ପ୍ରତିଷ୍ଠା କରିଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସ୍ଥାନୀୟ ଜନସାଧାରଣଙ୍କୁ ବିପର୍ଯ୍ୟୟ ପରିଚାଳନାରେ ଭାଗିଦାର କରିବାରେ ଓଡ଼ିଶା ସରକାରଙ୍କ ଅଭିନବ ଉଦ୍ୟମ ସଫଳ ହୋଇଛି । ତୃଣମୂଳସ୍ତରର ଗ୍ରାମ ପଞ୍ଚାୟତ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୧ ଲକ୍ଷରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ବିପର୍ଯ୍ୟୟ ବିପଦକୁ ହ୍ରାସ କରିବା ଏବଂ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ ତାଲିମପ୍ରାପ୍ତ ହୋଇଛନ୍ତି । ପ୍ରତି ପରିବାରରେ “ବିପର୍ଯ୍ୟୟ ଯୋଦ୍ଧା’ ସୃଷ୍ଟି ସହ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ବିପର୍ଯ୍ୟୟ ପରିଚାଳନାକୁ ସାମିଲ ପାଇଁ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ପ୍ରତ୍ୟେକ ଜୁନ୍ ଏବଂ ନଭେମ୍ବର ମାସରେ ସମସ୍ତ ଗୋଷ୍ଠୀଙ୍କୁ ନେଇ ବାତ୍ୟା ମୁକାବିଲା ସଂକ୍ରାନ୍ତ ମକ୍ ଡ୍ରିଲ୍ କରାଯାଉଛି । ଏଥିରେ ଅନେକ ସରକାରୀ ବିଭାଗ, ଜିଲ୍ଲା ପ୍ରଶାସନ, ଗ୍ରାମ ପଞ୍ଚାୟତ, ବିଭିନ୍ନ ଏନଜିଓ ଏବଂ ହଜାର ହଜାର ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଙ୍କୁ ଏହି ମକ୍ଡ୍ରିଲ୍ରେ ସାମିଲ ହେଉଛନ୍ତି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ୮୦୦ରୁ ଅଧିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ୧୨୦ ରୁ ଅଧିକ ଉପକୂଳବର୍ତ୍ତୀ ସ୍ଥାନରେ ୱାଚ୍ ଟାୱାର ସହିତ ଏହି ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ବ୍ୟବସ୍ଥା କରାଯାଇଛି । ଏକ ଉପକୂଳବର୍ତ୍ତୀ ରାଜ୍ୟ ଭାବରେ ଓଡ଼ିଶାକୁ ବାରମ୍ବାର ତୀବ୍ର ଘୂର୍ଣ୍ଣିଝଡ଼, ମରୁଡ଼ି, ଅତ୍ୟଧିକ ବୃଷ୍ଟିପାତ, ବନ୍ୟା, ବଜ୍ରପାତ, ସୁନାମି, ଏବଂ ସମୁଦ୍ର ପତ୍ତନ ବୃଦ୍ଧି ଭଳି ବିପଦ ସାମ୍ନା କରିବାର ଆଶଙ୍କା ରହିଛି । ଓଡ଼ିଶାର ଉପକୂଳକୁ ସମୁଦ୍ର କ୍ଷୟରୁ ରକ୍ଷା କରିବା ପାଇଁ ମଧ୍ୟ ଏକ ଜରୁରୀ ଆବଶ୍ୟକତା ରହିଛି । ଓଡ଼ିଶା ନିଜ ଅନୁଭୂତିରୁ ଶିଖି ଯଥା ସମ୍ଭବ ସ୍ଥାନୀୟ ସମ୍ପ୍ରଦାୟର ସହଯୋଗରେ ମୁକାବିଲା ପାଇଁ ଅଣ୍ଟା ଭିଡ଼ୁଛି ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି ।