ଭୁବନେଶ୍ୱର,୧୨ା୧୨ : ଚଳିତ ମାସରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମ ଓଡିଶାର କିଛି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ପିଏମ । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି । ମୋଦିଙ୍କ ପରେ ଅନ୍ୟ କେନ୍ଦ୍ର ନେତୃତ୍ୱ ମଧ୍ୟ ଡିସେମ୍ବରରୁ ଜାନୁଆରୀ ଭିତରେ ଓଡ଼ିଶା ଆସିପାରନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେ ପି ନଡ୍ଡା ମଧ୍ୟ ଓଡିଶା ଆସିବା ନେଇ କାର୍ଯ୍ୟକ୍ରମ ଅଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ମୋହନ ମାଝୀ ।