କନକ ବର୍ଦ୍ଧନ ସିଂହଦେଓଙ୍କ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା

Kanak Vardhan Singh Deo reviews the implementation of various schemes of the Central Government

ଭୁବନେଶ୍ୱର, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଏବଂ ପ୍ରଧାନମନ୍ତ୍ରୀ-କୁସୁମ ଭଳି ଶକ୍ତି ବିଭାଗର ପ୍ରମୁଖ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଓଡ଼ିଶାର ସ୍ୱଚ୍ଛ ଶକ୍ତି ପରିବର୍ତନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ଓଡ଼ିଶା ଏକ ସ୍ଥାୟୀ, ଆତ୍ମନିର୍ଭରଶୀଳ ଶକ୍ତି ଭବିଷ୍ୟତର ଲକ୍ଷ୍ୟରେ ଅଗ୍ରସର ହେଉଛି – ଯେଉଁଠାରେ ନବସୃଜନ ଅନ୍ତର୍ଭୁକ୍ତିକରଣର ସମନ୍ୱୟରେ ପ୍ରତ୍ୟେକ ପରିବାର ଏବଂ ଚାଷୀ ସଶକ୍ତ ହୁଅନ୍ତି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ମୋଟ ,୨୮,୩୩୬ ଆବେଦନ କରିଛନ୍ତି, ଯେଉଁଥିରୁ ୧,୨୭,୮୨୦ଟି ଆବେଦନ ସମ୍ଭାବ୍ୟତାକୁ ଅନୁମୋଦନ ଦିଆଯାଇଛି । ଏଯାବତ ୩୩.୬ ମେଗାୱାଟ କ୍ଷମତା ସ୍ଥାପନ କରାଯାଇଛି । ସେହିପରି, ପ୍ରଧାନମନ୍ତ୍ରୀ-କୁସୁମ ଯୋଜନାରେ, ୫୦ ମେଗାୱାଟ କ୍ଷମତାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଦ୍ୱାରା ଅନୁମୋଦନ ପ୍ରାପ୍ତ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଭାଗ ଦ୍ୱାରା ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ, ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଅଭିଯୋଗର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିୟମିତ ଭାବରେ ଭେଣ୍ଡରମାନଙ୍କର କାର୍ଯ୍ୟଦକ୍ଷତା ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଠିକଭାବେ କାର୍ଯ୍ୟ କରୁନଥିବା ଭେଣ୍ଡରଙ୍କ ପଞ୍ଜିକରଣ ରଦ୍ଦ କରିବାକୁ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, ବିତ୍ତପରାମର୍ଶ ଦାତା-ତଥାସ୍ୱତନ୍ତ୍ର ସଚିବ ଦେବିଦତ୍ତ ତ୍ରିପାଠି, ଅତିରିକ୍ତ ସଚିବ ସାଈଦତ୍ତ ବିପ୍ଳବ କେଶରୀ ପ୍ରଧାନ, ଓରେଡା, ଟାଟା ପାୱାର ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ସେମାନଙ୍କର ସୁଦୃଢ଼ ଏବଂ ରଣନୈତିକ ରୋଡମ୍ୟାପ୍ ପ୍ରଦାନ କରିଥିଲେ ।

Comments (0)
Add Comment