କିଟ୍‌ ଓ କିସ୍‌ରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ କଲେ ଉଦ୍‌ଘାଟନ

The Chief Minister inaugurated various welfare programs with kisses and kisses

ଭୁବନେଶ୍ୱର,୧୧ା୧୧: କିଟ୍‌ ଓ କିସ ପକ୍ଷରୁ ଏହାର କର୍ମ•ରୀଙ୍କ ପିଲାମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ସେଫାଳୀ କ୍ରେଚ୍‌, କିଟ୍‌ ପବ୍ଲିକ ସ୍କୁଲ୍‌ ଏବଂ ସର୍ବସାଧାରଣଙ୍କ ନିମନ୍ତେ ଜୟନ୍ତ ମହାପାତ୍ର ପବ୍ଲିକ୍‌ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍‌ ସୋଭିନିର ଗ୍ୟାଲେରୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉଦ୍‌ଘାଟନ କରିଛନ୍ତି । ଭୁବନେଶ୍ୱର ୟୁନିଟ୍‌-୧ ରାମମନ୍ଦିର ପ୍ରତିଷ୍ଠାତା ସଭାପତି ବାବା ରାମନାରାୟଣ ଦାସ, କିଟ୍‌ ଓ କିସ୍‌ ସଭାପତି ଶାଶ୍ୱତୀ ବଳ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କିଟ୍‌ କିସ୍‌ ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ସୁବିଧା ସବୁ ଉଦ୍‌ଘାଟନ କରିଥିଲେ । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସର୍ବଦା କିଟ୍‌ ଓ କିସ୍‌ କର୍ମ•ରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଆସୁଛନ୍ତି । ଏଥିପାଇଁ ଶ୍ରୀ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ୍‌ ଓ କିସ୍‌ କର୍ମ•ରୀମାନେ କିପରି ଖୁସିରେ ରହିବେ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରାଯାଇଥାଏ । ଏହି କ୍ରମରେ କିଟ୍‌ ଓ କିସ୍‌ ସ୍ୱଳ୍ପ ବେତନୀଭୋଗୀ କର୍ମ•ରୀ ଯେଉଁମାନେ ମାସିକ ୩୦ହଜାର ଟଙ୍କାରୁ କମ୍‌ ବେତନ ପାଉଛନ୍ତି ସେମାନଙ୍କ ପିଲାମାନଙ୍କ ନିମନ୍ତେ ସିବିଏସ୍‌ଇ ସ୍ୱୀକୃତିପ୍ରାପ୍ତ କିଟ୍‌ ପବ୍ଲିକ୍‌ ସ୍କୁଲ୍‌ ପ୍ରତିଷ୍ଠା କରାଯାଇଛି । ଏଠାରେ ସ୍ୱଳ୍ପ ଦେୟରେ କର୍ମ•ରୀଙ୍କ ପିଲାମାନେ ପାଠ ପଢ଼ିପାରିବେ । ସେହିପରି କର୍ମ•ରୀଙ୍କ ଶିଶୁମାନଙ୍କ ନିମନ୍ତେ ସେଫାଳୀ କ୍ରେଚ୍‌ ଖୋଲାଯାଇଛି । ଅନ୍ୟପକ୍ଷରେ କିଟ୍‌ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍‌ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ସ୍ୱରୂପ ସର୍ବସାଧାରଣଙ୍କ ନିମନ୍ତେ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥାଏ । କିଟ୍‌ ଗୁଣ୍ଡି• ମନ୍ଦିର ନିକଟରେ ସର୍ବସାଧାରଣଙ୍କ ନିମନ୍ତେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ନାମରେ ନାମିତ ଏକ ବୃହତ ଶୀତତାପ ନିୟନ୍ତ୍ରିତ ସର୍ବସାଧାରଣ ପାଠାଗାର ଖୋଲାଯାଇଛି । କିମ୍‌ସକୁ ଆସୁଥିବା ରୋଗୀମାନଙ୍କ ସହାୟକ ଓ ସର୍ବସାଧରଣକୁ ରିହାତି ମୂଲ୍ୟରେ ପ୍ରସାଦ ଯୋଗାଇଦେବା ନିମନ୍ତେ କିଟ୍‌ ଜଗନ୍ନାଥ ମନ୍ଦିର ପକ୍ଷରୁ ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର ଖୋଲାଯାଇଛି । ଏହି ପ୍ରସାଦ ସେବନ କେନ୍ଦ୍ରରେ ମାତ୍ର ୩୦ଟଙ୍କାରେ ଯେ କେହି ପ୍ରସାଦ ସେବନ କରିପାରିବେ । କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, କର୍ମ•ରୀ ପୁରାତନ ଛାତ୍ରଛାତ୍ରୀ ଓ କିଟ୍‌ ଓ କିସ୍‌କୁ ପରିଦର୍ଶନରେ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନର ସଂସ୍କୃତି ବିଶେଷକରି ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟ ବ୍ରାଣ୍ଡର ବିଭିନ୍ନ ପ୍ରକାର ପୋଷାକପତ୍ରକୁ ନେଇ କିଟ୍‌ ସୋଭିନିର ଗ୍ୟାଲେରୀ ପ୍ରତିଷ୍ଠା କରାଯାଇଛି ।

#bhubaneswar#bjd#dumanikhabar#localnews#nabinpattnaikOdisha
Comments (0)
Add Comment