କେନ୍ଦ୍ରମନ୍ତ୍ରୀଙ୍କ ବଡ ଘୋଷଣା: ମାତ୍ର ୩୦୦୦ରେ ମିଳିବ ଫାଷ୍ଟାଗର ବାର୍ଷିକ ରିଚାର୍ଜ, ଏହି ଦିନରୁ ଆରମ୍ଭ

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଏକ ଐତିହାସିକ ଘୋଷଣା କରିଛନ୍ତି । ଏଣିକି ବର୍ଷକୁ ମାତ୍ର ୩୦୦୦ ହଜାର ଟଙ୍କା ରିଚାର୍ଜରେ ପାଇବେ ଅସୀମିତ ଯାତ୍ରା । ଅଗଷ୍ଟ ୧୫, ୨୦୨୫ ଠାରୁ, ଘରୋଇ ଯାନବାହନ, ଯେପରିକି କାର, ଜିପ୍, ଭ୍ୟାନ ଇତ୍ୟାଦିଙ୍କ ପାଇଁ ୩,୦୦୦ ଟଙ୍କା ମୂଲ୍ୟରେ ଏକ FASTag ଆଧାରିତ ବାର୍ଷିକ ପାସ୍ ଜାରି କରାଯିବ।ଏହି ପାସ୍ ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ହେବ ।ଫାଷ୍ଟାଗ୍‌ର ନୂତନ ନିୟମ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବାର୍ଷିକ ୩୦୦୦ ଟଙ୍କା ମୂଲ୍ୟର ଫାଷ୍ଟାଗ୍ ପ୍ରଚଳନ ଘୋଷଣା କରିଛନ୍ତି। ଯାହା ୧୫ ଅଗଷ୍ଟ, ୨୦୨୫ ଠାରୁ କାର୍ଯ୍ୟକାରୀ ହେବ । ଫାଷ୍ଟାଗ୍‌ର ଏହି ସୁବିଧା ଅଣ-ବାଣିଜ୍ୟିକ ଯାନବାହନକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି ଯାହା ଦ୍ୱାରା ଜାତୀୟ ରାଜପଥରେ ସୁଗମ ଯାତ୍ରା ସୁନିଶ୍ଚିତ ହୋଇପାରିବ।ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଏନଏଚଏଆଇ ଏବଂ ଏମଓଆରଟିଏଚ ଏବଂ ‘ହାଇୱେ ଟ୍ରାଭେଲ୍ ଆପ୍’ର ୱେବସାଇଟ୍‌ରେ ଏହି ପାସ୍ ପାଇଁ ଏକ ପୃଥକ ଲିଙ୍କ୍ ଖୁବ୍‌ଶୀଘ୍ର ଉପଲବ୍ଧ କରାଯିବ, ଯାହା ପାସ୍‌ର ସକ୍ରିୟକରଣ ଏବଂ ନବୀକରଣକୁ ସରଳ ଏବଂ ସୁବିଧାଜନକ କରିବ । ନୂତନ ବାର୍ଷିକ ପାସ୍ ନୀତି ୬୦ କିଲୋମିଟର ପରିଧି ମଧ୍ୟରେ ଅବସ୍ଥିତ ଟୋଲ୍ ପ୍ଲାଜା ବିଷୟରେ ଦୀର୍ଘକାଳୀନ ଚିନ୍ତାକୁ ଦୂର କରିବ ଏବଂ ଏକକ ସୁଲଭ କାରବାର ମାଧ୍ୟମରେ ଟୋଲ୍ ପେମେଣ୍ଟକୁ ସୁଗମ କରିବ । ପୂର୍ବ ଅପେକ୍ଷା ସମୟ ହ୍ରାସ ଓ ଭିଡ଼ ହ୍ରାସ କରିବା ସହ ଟୋଲ୍ ପ୍ଲାଜାରେ ବିବାଦକୁ କମ କରିବ । ବାର୍ଷିକ ପାସ୍ ନୀତି ଲକ୍ଷ ଲକ୍ଷ ବ୍ୟକ୍ତିଗତ ଯାନ ଚାଳକଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି ଏହା ସେମାନଙ୍କ ଯାତ୍ରାକୁ ମଧ୍ୟ ତ୍ୱରାନ୍ୱିତ କରିବ ଏବଂ ଏକ ଉତ୍ତମ ଅଭିଜ୍ଞତା ପ୍ରଦାନ କରିବ ବୋଲି ମନ୍ତ୍ରୀ ମତ ରଖିଛନ୍ତି ।

Comments (0)
Add Comment