ଖୁସିୟୋଁ କା ସୁପର ବଜାର “ଶୀର୍ଷକ ଆଲୋଚନା ଚକ୍ର

କୋରାପୁଟ :  ପାଇବାରେ ଯେଉଁ ଖୁସି ମିଳିଥାଏ ତାହା କ୍ଷଣ ଭଙ୍ଗୁର | ବ୍ୟକ୍ତି, ବସ୍ତୁ, ବୈଭବ, ସାଧାନ ଓ ସଂସାଧନରୁ ଯାହା ଅନୁଭୂତ ହୋଇଥାଏ | ଏପରି ଖୁସିକୁ ମନ ଓ ଶରୀର ଅନୁଭବ କରିଥାଏ | ଦେବାରେ ଯେଉଁ ଖୁସି ପ୍ରାପ୍ତି ହୋଇଥାଏ ତାହା ଆତ୍ମିକ ଉପଲବ୍ଧି ଏବଂ ଚିରସ୍ଥାୟୀ ବୋଲି ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ମୋଟିଭେସନାଲ ସ୍ପିକର ଡ଼କ୍ଟର ପୁରୁଷୋତ୍ତମ ଭାଇ  ମତବ୍ୟକ୍ତ କରିଛନ୍ତି | ଯୋଗ, ବ୍ୟାୟାମ, ପ୍ରାଣାୟାମ ଓ ନିୟମିତ ଦିନଚର୍ଯ୍ୟା ଖୁସିର ଉପଲବ୍ଧିକୁ ବହୁଗୁଣିତ କରିଥାଏ ବୋଲି କହିଛନ୍ତି ଅନ୍ୟତମ ମୋଟିଭେସନାଲ ସ୍ପିକର ଡ଼କ୍ଟର ପ୍ରିୟା ଦିଦି | ବ୍ରହ୍ମା କୁମାରିସ, ସେମିଳିଗୁଡା ପକ୍ଷରୁ ଏହାର ଦିବ୍ୟ ଜ୍ଞାନ ଭବନ ଠାରେ ଆୟୋଜିତ ଦୁଇ ଦିନିଆ ” ଖୁସିୟୋଁ କା ସୁପର ବଜାର “ଶୀର୍ଷକ ଆଲୋଚନା ଚକ୍ର ରେ ଏହି ଦୁଇ ଜଣ ମୋଟିଭେସନାଲ ସ୍ପିକର ଏପରି ମତବ୍ୟକ୍ତ କରିଛନ୍ତି | ଦୁଇଦିନ ବ୍ୟାପି ଏହି ଆଲୋଚନା ଚକ୍ରରେ ଚାରୋଟି ଅଧିବେଶନ ରହିଥିଲା |ଏଥିରେ ଶତାଧିକ ଲୋକ ଯୋଗ ଦେଇଥିଲେ | ଚଳିତ ମାସ ତେର ତାରିଖ ଦିନ ଏହି ଆଲୋଚନା ଚକ୍ରକୁ କୋରାପୁଟ ବିଧାୟକ ରଘୁରାମ ମାଛ ଉଦଘାଟନ କରିଥିଲେ | ଏନେଇ ଆୟୋଜିତ ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମାଜ ସେଵୀ ସୁମନ୍ତ ପ୍ରଧାନ ଓ ନବରଙ୍ଗପୁର ବ୍ରହ୍ମା କୁମାରିସ କେନ୍ଦ୍ର ସଞ୍ଚାଳିକା ବିକେ ନମିତା ଭଉଣୀ ଉପସ୍ଥିତ ଥିଲେ | ଗତକାଲି ରାତ୍ରିରେ ଏହି ଆଲୋଚନା ଚକ୍ରର ସମାପନ ଘଟିଛି | ବ୍ରହ୍ମା କୁମାରିସ, ସେମିଳିଗୁଡା ସଂଚାଳିକା ବିକେ ରୁବି ଭଉଣୀ ଆଲିଚନା ଚକ୍ରକୁ ସଂଯୋଜନା କରିଥିଲେ | ବ୍ରହ୍ମା କୁମାରିସ ସମ୍ପର୍କରେ ସୂଚନା ଦେଇଥିଲେ ଶିବାନୀ ଭଉଣୀ | ଧନ୍ୟବାଦ ଦେଇଥିଲେ ଡ଼କ୍ଟର ଅଜୟ କୁମାର ସାହୁ | ସହଯୋଗ କରିଥିଲେ ସଂଯୁକ୍ତା, ସୁଷମା, ସଂଜୁ, ନିର୍ମଳା, ମିଲି, ଅନୁ, ଚୁମକି, ଦୀପ୍ତି, ମଞ୍ଜୁ, ରେଣୁ, ମମତା, ହୀରାମଣି, ଅନନ୍ତ, ବିଜୟ ସାହୁ, ବିଜୟ ବେହେରା, ରବି, ବାବୁଲି, ଓମ, ରାଜୁ, ଅନିଲ ଓ ସନ୍ତୋଷ |

Comments (0)
Add Comment