ଖୋର୍ଦ୍ଧାରୋଡ ଷ୍ଟେସନରେ ନକଲି ଟିଟିଇ

ଜଟଣୀ, : ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନର ଗୁଣୁପୁର ଟ୍ରେନ ଆସିବ ପରେ ୧ ନମ୍ବର ପ୍ଲାଟଫର୍ମରେ ୩ଜଣ ସାଧା ପୋଷାକରେ ଥିବା ବ୍ୟକ୍ତି ନିଜକୁ ଟିଟିଇ କହି ଯାତ୍ରୀମାନଙ୍କୁ ଟ୍ରେନ୍ ଟିକେଟ ମାଗିବା, ଯାଞ୍ଚ କରବା ସହ ନିଜର ପକେଟ ଗରମ କରୁଥିବା ବେଳେ ସେଠାରେ ଥିବା କିଛି ଯାତ୍ରୀଙ୍କ ସନ୍ଦେହରେ ଆସିଥଲା । ପରେ ସେହି ଯାତ୍ରୀମାନେ ସେହି ନକଲି ଟିଟିଇ ଉପରେ ନଜର ରଖି କାର୍ଯ୍ୟରତ ଟିଟିଆଇଙ୍କୁ ଏହି ବିଷୟରେ ଖବର ଦେଇଥିଲେ । ସେମାନଙ୍କୁ ଟିକେଟ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପଚାରଉଚୁରା କରିବା ପରେ ଜଣା ପଡିଥିଲା ଷ୍ଟେସନ ଭିତରେ ଟ୍ରେନ୍‌ ଟିକେଟ ଯାଞ୍ଚ କରିବା ପାଇଁ ସେମାନଙ୍କ ପାଖରେ କୌଣସି ଡକୁମେଣ୍ଟ ନଥିଲା । ତେଣୁ ଟିକେଟ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆରପିଏଫ ଓ ଜିଆରପିଙ୍କୁ ଖବର ଦେବା ପରେ ଉଭୟ ଅଧିକାରୀ ଆସି ଘଟଣାର ଯାଞ୍ଚ କରିଛନ୍ତି । ସେମାନଙ୍କୁ ଅଧିକ ପଚାରଉଚୁରା କଲେ ଅଧିକ ସୂଚନା ମିଳିପାରିବ ବୋଲି କହିଛନ୍ତି ଆରପିଏଫ ଯବାନ ।

Comments (0)
Add Comment