ଗଣଦୁଷ୍କର୍ମ ଘଟଣା ବ୍ରହ୍ମପୁର ଏସପିଙ୍କୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରିଛି ଜିଲ୍ଲା ବିଜେଡ଼ି

ବ୍ରହ୍ମପୁର ଗୋପାଳପୁର ସମୁଦ୍ର ବେଳାଭୂମିରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ଆଜି ବିଜେଡ଼ିର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏସପିଙ୍କୁ ସାକ୍ଷାତ କରିଛନ୍ତି । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଏଭଳି ଗଣଦୁଷ୍କର୍ମ ଘଟଣା ଏକ ମାସରେ ଦୁଇ ଦୁଇଟି ହୋଇଗଲାଣି । ତେଣୁ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି । ବିଜେପି ସରକାର ସମୟରେ ଦୁବୃର୍ତ୍ତ ମାନେ ଏଭଳି ଅପରାଧିକ ଘଟଣା ଘଟାଇବା ନିମନ୍ତେ ସାହାସ ପାଇଛନ୍ତି । ପୋଲିସ ପେଟ୍ରୋଲିଂ କଡ଼ାକଡ଼ି କରାଯାଉନଥିବା ଯୋଗୁଁ ଅପରାଧି ମାନେ ସକ୍ରିୟ ହୋଇ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣା ଘଟାଉଛନ୍ତି । ତେଣୁ ପୋଲିସ ପେଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ଅପରାଧି ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ହିଁ ଅପରାଧକୁ ରୋକାଯାଇପାରିବ । ଏହି ଅପରାଧ ବନ୍ଦ ନ ହେଲେ ଆଗାମୀ ଦିନରେ ବିଜେଡ଼ି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ବିଜେଡ଼ିର ପ୍ରତିନିଧି ମାନେ । ଏନେଇ ବ୍ରହ୍ମପୁର ଏସପିଙ୍କୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରିଛି ଜିଲ୍ଲା ବିଜେଡ଼ି । ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼ା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କବିସୂର୍ଯ୍ୟନଗରର ପୂର୍ବତନ ବିଧାୟକ ଲତିକା ପ୍ରଧାନ, ପୋଲସରାର ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Comments (0)
Add Comment