ଗାଁର ଉନ୍ନତି ସଶକ୍ତ ଓଡ଼ିଶାର ବିକାଶ

Development of Village Empowered Odisha

ଜୟପୁର,: କୋରାପୁଟ ଜିଲ୍ଲାରେ ଆମ ଓଡିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ଜୟପୁର ଦଶହରା ପଡିଆ ଠାରେ ପାଳିତ ହୋଇଯାଇଛି । ଜିଲ୍ଲାର ୧୪ ଟି ବ୍ଲକର ପଞ୍ଚାୟତରେ ୩୦୮୭ ଟି ପ୍ରକଳ୍ପ ପାଇଁ ମୋଟ ୧୨୦ ଅନୁଦାନ ଦେଇ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଗାଁର ବିକାଶକୁ ଶସକ୍ତ ଓଡିଶାରେ ବିକାଶର ପ୍ରତିଛବି ବୋଲି କହିଛନ୍ତି । ଏହି ଅନୁଦାନରେ ସଂସ୍କୃତିର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜିଲ୍ଲାର ସମସ୍ତ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ୧୨୦ କୋଟି ମଞ୍ଜୁର କରାଯାଇ ଥିବାରୁ ଜିଲ୍ଲାବାସୀ ବହୁତ ଖୁସି ହୋଇଥିବା ପରିଲକ୍ଷିତ ହୋଇଛି । ଆମ ଓଡିଶା ନବୀନ ଓଡ଼ିଶା ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ଜିଲ୍ଲାକୁ ୧୨୦ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ସମସ୍ତ ବିଧାୟକ ଓ ଜିଲ୍ଲାପାଳ ଜିଲ୍ଲାପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଜିଲ୍ଲା ବାସୀ କୃତଜ୍ଞତା ଜଣାଇ ଥିଲେ । ଏହି କାର୍ଯ୍ୟକ୍ରମରେ ପରିଷଦ ଅଧକ୍ଷା ସସ୍ମିତା ମେଲକା, ସମସ୍ତ ଜିଲ୍ଲା ପରିଷଦସଭ୍ୟ ସଭ୍ୟା, ବ୍ଲକ ଅଧକ୍ଷା, ଉପାଧକ୍ଷା, ବିଜେଡି ଦଳର ଆଗୁଆ ନେତ୍ରୀ ଡ଼. ଇନ୍ଦିରା ନନ୍ଦ, ପଲ୍ଲୀରୁ ଦିଲ୍ଲୀ ଯାଏଁ ପରିଚିତ ଯୁବ ବିଡିଓ ଶକ୍ତି ମହାପାତ୍ର, ଏବିଡିଅ ମନୋଜ ନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କାଫେ, ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ପରୀକ୍ଷା ଦଳ, ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ପୌର କର୍ମଚାରୀଙ୍କ ସହ ଶତାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ଯୋଗ ଦେଇଥିଲେ ।

#amaodishanabinodisha#bhubaneswar#bjd#dumanikhabar#odianews
Comments (0)
Add Comment