ଗୋଚର ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ

ସାଲେପୁର, : ସାଲେପୁର, ବ୍ଲକ ଅନ୍ତର୍ଗତ ମୂର୍କୁଣ୍ଡି ଗ୍ରାମରେ ଥିବା ଗୋଚର ଜମିରେ ହୋଇଥିବା ବେଆଇନ ଜବରଦଖଲକୁ କିଶନନଗର ତହସିଲ ପ୍ରଶାସନ ପକ୍ଷରୁ ଆଂଶିକ ଉଚ୍ଛେଦ କରାଯାଇଥିବା ଜଣାପଡିଛି । ସୂଚନା ମୁତାବକ ସାଲେପୁର ବ୍ଲକ ଅନ୍ତର୍ଗତ କିଶନଗର ତହସିଲ ଅଧିନ ମୂର୍କୁଣ୍ଡି ମୌଜାର ଖାତା ନଂ୫୦୭ ପ୍ଲଟ ନଂ ୧୭୨୨ରେ ୩ଏକର ଗୋଚର ଜମି ଅଛି । ଏହାକୁ କିଛି ବ୍ୟକ୍ତି ଜବରଦଖଲ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଜବରଦଖଲ ଉଚ୍ଛେଦ ନେଇ ଉଚ୍ଚ ନ୍ୟାୟାଳୟରେ ଗ୍ରାମବାସୀମାନଙ୍କ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା କରାଯାଇଥିଲା । ଉଚ୍ଚ ନ୍ୟାୟାଳୟ ଗୋଚର ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ କରିବା ପାଇଁ କିଶନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କିଶନଗର ତହସିଲଦାର ବେଆଇନ ଜବରଦଖଲକାରୀମାନଙ୍କୁ ବାରମ୍ବାର ଉଠିଜିବା ପାଇଁ ନୋଟିସ ଜାରି କରିଥିଲେ । ଜବରଦଖଲ କକ୍ଷରିମାନେ କେହି ସେ ସ୍ଥାନକୁ ନଛାଡିବାରୁ କିଶନଗର ତହସିଲଦାର କ୍ଷୀରୋଦ କୁମାର ଦାଶ ପୋଲିସ ଉପସ୍ଥିରେ ଜେସିବି ମେସିନ ଦ୍ୱାରା ଏହି ଗୋଚର ଜମିରୁ ଆଂଶିକ ଜବର ଦଖଲ କରିଥିବା ଜଣାପଡିଛି । ଏହି ପ୍ଲଟରେ ରହିଥିବା ଅନ୍ୟ ଜବରଦଖଲ କରିମାନଙ୍କୁ କିଛିଦିନ ପରେ ଉଚ୍ଛେଦ କରାଯିବ ବୋଲି କିଶନ ନଗର ତହସିଲଦାର କ୍ଷୀରୋଦ କୁମାର ଦାଶ ପ୍ରକାଶ କରିଛନ୍ତି ।

Comments (0)
Add Comment