ଗୋପାଳପୁରରେ ହେବ ଶିଳ୍ପ କରିଡର

Gopalpur will have an industrial corridor

ଭୁବନେଶ୍ୱର,୫ା୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି । ଏଥିସହିତ ଆଜିର କ୍ୟାବିନେଟ୍‌ ବୈଠକରେ ଗୋପାଳପୁରରେ ଶିଳ୍ପ କରିଡର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ଓ ଗୋପାଳପୁରଠାରେ ସ୍ଥାପିତ ଟାଟା ଷ୍ଟିଲ ଇଣ୍ଡଷ୍ଟ୍ରିଆଲ ପାର୍କ ଅଞ୍ଚଳରେ ୟୁଟିଲିଟି କରିଡ଼ର ନିର୍ମାଣ ପାଇଁ ୧୨୮.୮୮ କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁର ଦେଇଛି । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୮ ମାସ ସମୟ ଧାର୍ଯ୍ୟ କରାଯାଇଛି । ପ୍ରକଳ୍ପରେ ନିୟୋଜିତ କମ୍ପାନୀ ୧୨୦ ମାସର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବେ । ସେହିପରି ଜଟଣୀ ଓ ଭୁବନେଶ୍ୱର ତହସିଲ ଅଧିନରେ ଲିଜ୍‌ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ । ଲିଜ୍‌ ଜମିକୁ ଭୋଗ ଦଖଲରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ସପକ୍ଷରେ ସ୍ଥିତିବାନ ସତ୍ତ୍ୱରେ ରେକର୍ଡ ବ୍ୟବସ୍ଥା ହୋଇଛି । ଏଥିସହ ସହରାଞ୍ଚଳରେ ସରକାରୀ ଜମି ବନ୍ଦୋବସ୍ତ କରିବାକୁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀଙ୍କ ବାର୍ଷିକ ଆୟସୀମା ଯଥାକ୍ରମେ ୮୪୦୦-୩.୦୦ଲକ୍ଷ ଏବଂ ୩୦ହଜାରରୁ ୮ ଲକ୍ଷକୁ ବୃଦ୍ଧି ନେଇ ପ୍ରସ୍ତାବ କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଛି । ପୁରୀ ପୌରପାଳିକା ଦେଇଥିବା ଲିଜ୍‌ ଜମି ଉପରେ ବର୍ତ୍ତମାନ ଭୋଗ ଦଖଲରେ ଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ସେହି ଜମିକୁ ସରକାରଙ୍କ ଠାରୁ ଲିଜ୍‌ ନେବାର ବ୍ୟବସ୍ଥା ନେଇ ନିଷ୍ପତ୍ତି ହୋଇଛି । ସେହିପରି ଚୌଦ୍ୱାର ଓ ସମ୍ବଲପୁରରେ ୱେଲ୍ସସ୍ପୁନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ । ସରକାରୀ ସ୍କୁଲର ମାନ୍ୟତା ପାଇବ କଟକ ମାଧ୍ୟମିକ ବୋର୍ଡ ହାଇସ୍କୁଲ । ଓଡ଼ିଶା ସାମାଜିକ ସୁରକ୍ଷା ସେବା କ୍ୟାଡରର ହେବ ସଂଶୋଧନ । ଏଥିସହ ଏମ୍‌ଏସ୍‌ଏମ୍‌ଇ ନୀତି -୨୦୨୨ ଓ ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ରେ ହେବ ସଂଶୋଧନ । ଓଡ଼ିଶା ଜିଲ୍ଲା ଦେୱାନି ଅଦାଲତ କିରାଣୀ ନିଯୁକ୍ତି ସର୍ତ୍ତାବଳୀ ଅଧିନିୟମ୨୦୦୮ରେ ସଂଶୋଧନ ହେବ । ମୋଟ୍‌ ୧୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ସେହିପରି ମୋଟର ଯାନ ବକେୟା ଟିକସ ଓ ଜରିମାନାର ହେବ ଏକକାଳୀନ ପରିଷୋଧ କରାଯିବା ନେଇ ପରିବହନ ବିଭାଗ ଏକ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସ୍କ୍ରାପ୍‌ କରିବାକୁ ଇଚ୍ଛୁକ ଗାଡ଼ି ମାଲିକଙ୍କ ଜରିମାନା ଓ ଟିକସ ଛାଡ଼ ହେବ । ଟିକସ ଦେଇ ଗାଡ଼ି ଚଳାଇବାକୁ ଇଚ୍ଛା କଲେ, ଜରିମାନା ସଂପୂର୍ଣ୍ଣ ଛାଡ଼ କରାଯିବ । ଜରିମାନା ଛାଡ଼ ସହ ଗାଡ଼ିର ବୟସ ଅନୁଯାୟୀ ଟିକସ କୋହଳ ହେବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶ ନୀତି ୨୦୨୨ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି । ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୨୨ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର ମଞ୍ଜୁରି ଦେଇଛି ।

#bhubaneswar#dumanikhabar#latestnews#localnews#nabinpattnaik#news#odisha
Comments (0)
Add Comment