ଗୋପାଳପୁର ୩ ନଂ ୱାଡ କାଉନସିଲରଙ୍କ ମୃତ୍ୟୁ ଦେହ ନିଜ ଦୋକାନରୁ ଉଦ୍ଧାର

ଗୋପାଳପୁର :-* ଗୋପାଳପୁର NAC କାର୍ଯ୍ୟରତ* ୩ନଂ ୱାଡର କାଉନସିଲର ବି. ଗୋପାଳକିଷ୍ଣାଙ୍କ ଆଜି ନିଜ ଦୋକାନରୁ ମୃତ ଦେହ ଉଦ୍ଧାର କରିଛି ପୁଲିସ । ସୂଚନା ମୁତାବକ ମୃତ କାଉନସିଲର B. ଗୋପାଳକିଷ୍ଣାଙ୍କ ଗୋପାଳପୁର ଥାନା ସମୁଖ ପାଠାଗାର ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ରେ ଏକ ଜାଲ ଓ ଦୌଡ଼ି ଦୋକାନ କରିଥିଲା ସେ ଆଜି ସକାଳେ ଆସି ଦୋକାନ ଖୋଲିଥିଲେ । କୌଣସି କାମରେ ବାପା ଙ୍କ ପାଖକୁ ପ୍ରାୟ ସାଢେ ବାରଟା ବେଳେ ତାଙ୍କ ୨ ପୁଅ ପବନ ଓ ଭିକି ଦୋକାନକୁ ଆସିଥିଲେ । ଦୋକାନକୁ ଆସି ଦେଖିବା ବେଳେ ବାପା ର ଚପଲ ବାହାରେ ଥିବା ବେଳେ ଦୋକାନ ର ସଟର ଟି ବନ୍ଦ ରହିଥିଲା । ବାପା ଦୋକାନରେ ଶୋଇଥିବେ ଭାବି ସଟର ଟି ଟେକିଥିଲେ ଦେଖିଲା ବେଳକୁ ଗୋପାଳକିଷ୍ଣl ଏକ ପ୍ଲାଷ୍ଟିକ ରସିରେ ଫେନ୍ ହୁକରେ ଝୁଲୁଥିବା ଦେଖି ତାଙ୍କୁ ତଳକୁ ଓହ୍ଲାଇ ମେଡିକାଲ ନେବାପାଇଁ ଚେଷ୍ଟା କରିଥିଲେ।କିନ୍ତୁ ଓହ୍ଲାଇବା ପରେ ତାଙ୍କ ନିଃଶ୍ୱାସ ଯାଉ ନ ଥିବା ଜାଣିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିବା ଜାଣିପାରିଥିଲେ।ପରେ ଏ ନେଇ ବଡ ପୁଅ ପବନ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି ।

Comments (0)
Add Comment