ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ଦାବିପତ୍ର ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରିଛନ୍ତି l ଶିକ୍ଷକ ଙ୍କ କହିବା ଅନୁଯାୟୀ ପ୍ରାଥମିକ ଶିକ୍ଷକ ମାନଙ୍କ ପାଖରେ ବର୍ତମାନ ସୁଦ୍ଧା ସମସ୍ତ ଶିକ୍ଷକଙ୍କ କୌଣସି ଲାପଟପ୍ ଅବା ଟାବଲେଟ ଯୋଗାଇ ଦିଆଯାଇନାହିଁl ସରକାରଙ୍କ ଆଦେଶ ଅନୁଯାୟୀ ୟୂନିଫଏଡ ଅଟୋ ମେସିନ ସିଷ୍ଟମ(UAS) ଜରିଆ ରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ଦୈନିକ ଉପସ୍ଥାପନ UAS ମାଧ୍ୟମରେ କରିବାପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ପ୍ରାଥମିକ ଶିକ୍ଷକ ମାନଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ମୋବାଇଲ କି ଲାପଟପ୍ ପହଞ୍ଚିନି ଓ ଯେଉଁ ମାନଙ୍କ ପାଖରେ ପହଞ୍ଚିଛି ସେଥିରେ SIM କିମ୍ବା ଇଣ୍ଟରନେଟ ର ସୁବିଧା ଯୋଗାଇ ଦିଆଯାଇ ନାହିଁ ପୁଣି କିଛି ବିଦ୍ୟାଳୟ ରେ ଆଜି ସୁଦ୍ଧା କୌଣସି ନେଟୱlର୍କ ର ସୁବିଧା ନାହିଁ l ଶିକ୍ଷକ ମାନେ ଏହି କାର୍ଯ୍ୟ କିଭଳି କରିବେ ତାହା ସେମାନଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି l ସରକାର ଙ୍କ କହିବା ଅନୁଯାୟୀ ଯେଉଁମାନଙ୍କ ପାଖରେ ମୋବାଇଲ ପହଞ୍ଚିନି ସେହିମାନେ ନିଜ ନିଜ ମୋବାଇଲ ରେ କାର୍ଯ୍ୟକାରୀ କରିବା ପାଇଁ କହିଛନ୍ତି l କିନ୍ତୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପାଖରେ ବର୍ତ୍ତମାନ ସୁଦ୍ଧା ଆଣ୍ଡ୍ରଏଡ ମୋବାଇଲ ର ସୁବିଧା ନାହିଁ l ସେମାନେ କିଭଳି ଏହି କାର୍ଯ୍ୟ ସମାପନ କରିବେ ସେ ନେଇ ପ୍ରାଥମିକ ଶିକ୍ଷକ ସଙ୍ଘ ପ୍ରକାଶ କରିଛନ୍ତି l ଏହି ଭଳି ସରକାରଙ୍କ ପଦକ୍ଷେପ କୁ ଶିକ୍ଷକ ମାନେ ବିରୋଧ କରିଛନ୍ତି l ସେମାନେ କହୁଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ମୋବାଇଲ କି ଲାପଟପ୍ ସରକାର ଙ୍କ ତରଫରୁ ଯୋଗାଇ ଦିଆଯାଇ ନାହିଁ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶତ ପ୍ରତିଶତ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଇ ନାହିଁ ସେ ପର୍ଯ୍ୟନ୍ତ ଆମ୍ଭେ UAS KU କାର୍ଯ୍ୟକାରୀ କରିବୁ ନାହିଁ l ବୋଲି ଶିକ୍ଷକ ମାନେ ଦାବିପତ୍ର ଦେଇଛନ୍ତି l