ଜନ ସମ୍ପର୍କ ଯାତ୍ରା ରେ ଗାଁ ର ସମସ୍ୟା, ଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ

Dharmagarh MLA heard the problems of the village and the people during the public relations trip
ଧର୍ମଗଡ : ଲଘୁଚାପଜନିତ ଝିପି ଝିପି ବର୍ଷା ସତ୍ତ୍ୱେ ଓଡିଶା ର ଲୋକଙ୍କ ସରକାର ମୋହନ ସରକାର ରେ ଜଣେ କର୍ତବ୍ୟନିଷ୍ଠ ଓ ଜନ ସେବା ପାଇଁ ସମର୍ପିତ ମନୋଭାବ ନେଇ କାର୍ଯ୍ୟଶୈଳୀ ନିରନ୍ତର ଜାରି ରଖିଥିବା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମଙ୍ଗଳବାର ସକାଳୁ ଝିପି ଝିପି ଲଗାଣ ବର୍ଷାରେ ନିଜ ନିର୍ବାଚନ ମଣ୍ଡଳୀ ର ଧର୍ମଗଡ ବ୍ଲକ ର ବଡ଼ ଘୁମର ଓ ପର୍ଲା ପଞ୍ଚାୟତ ର ଅନେକ ଗ୍ରାମ ରେ ପହଞ୍ଚି ସ୍ଥାନୀୟ ଜନସାଧାରଣ ଙ୍କୁ ଭେଟି ଗ୍ରାମାଞ୍ଚଳରେ ରହିଥିବା ଗାଁ ସମସ୍ୟା, ଲୋକଙ୍କ ସମସ୍ୟା, ଚାଷି ଙ୍କ ସମସ୍ୟା, ପାନୀୟ ଜଳ,ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଭଳି ପ୍ରମୁଖ ନେଇ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କୁ ଘଟଣାସ୍ଥଳ ରୁ ଫୋନ ରେ ଯୋଗାଯୋଗ କରି ଶୀଘ୍ର ସମାଧାନ କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।ଭାଜପା ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ଯାହା ସମସ୍ୟା, ଅସୁବିଧା ଅଛି ତାହା ନିଶ୍ଚୟ ଭାବେ ମୋହନ ସରକାର ଙ୍କ ସୁଶାଶନ ରେ ସମାଧାନ ହେବ ବୋଳି ଦୃଢ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ। ବିଧାୟକ ଙ୍କ ଏହି ଜନ ସମ୍ପର୍କ ଯାତ୍ରା ସମୟରେ ଖୁଟୁଲୁଗୁଡା,ସେମଲା, ବେଳପଡା, ଘୁମର,ଆମଗୁଡା,ଲଛିପୁର, ସିନାପଡା, କଦଲିମୁଣ୍ଡା,ହାତୀ ପଖାନ, ପର୍ଲା, ଚିତାମୁଣ୍ଡା ରେ ଲୋକଙ୍କ ପାଖରେ ପହଞ୍ଚି ସ୍ଥାନୀୟ ସମସ୍ୟା ନେଇ ଆଲୋଚନା କରିଛନ୍ତି।ବିଧାୟକ ଙ୍କ ଏହି ଜନ ସମ୍ପର୍କ ଯାତ୍ରା କୁ ବିଭିନ୍ନ ସ୍ଥାନରେ ଜନ ସାଧାରଣ ମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବିଧାୟକ ଙ୍କ ସହ ବିଜେପିର ଦଳୀୟ କର୍ମକର୍ତ୍ତା ମାନେ ଏହି ଯାତ୍ରା ରେ ସାମିଲ ହୋଇ ଲୋକଙ୍କ ସମସ୍ୟା ସମ୍ପର୍କରେ ବିଧାୟକ ଙ୍କୁ ଅବଗତ କରାଇଥିଲେ। ବିଧାୟକ ଙ୍କ ଦୁଆର ମୁହଁ ରେ ଅଭିଯୋଗ ଶୁଣାଣି ଓ  ଜନ ସମ୍ପର୍କ ଯାତ୍ରା କୁ ନେଇ ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ବିଧାୟକ ଙ୍କ ଏହି ପ୍ରୟାସ କୁ ସାଧୁବାଦ ଦେବାସହ ପ୍ରସଂଶା କରିଛନ୍ତି।
ଜନ ସମ୍ପର୍କ ଯାତ୍ରା ରେ ଗାଁ ର ସମସ୍ୟାଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ
Comments (0)
Add Comment