ଜାତୀୟ କ୍ରୀଡ଼ାରେ କିଟ୍‌ ଓ କିସ୍‌କୁ ୨୪ ପଦକ

24 medals for Kit and Kis in national sports

ଭୁବନେଶ୍ୱର, ୧୭ । ୧୧: ଚଳିତବର୍ଷ ଜାତୀୟ କ୍ରୀଡ଼ା ୨୦୨୩ରେ ଅତି ଉନ୍ନତ ପ୍ରଦର୍ଶନ କରି କିଟ୍‌ ଓ କିସ୍‌ର ଖେଳାଳିମାନେ ବିଭିନ୍ନ ବିଭାଗରେ ୨୪ଟି ପଦକ ହାସଲ କରି କିଟ୍‌, କିସ୍‌, ଓଡ଼ିଶା ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ବିଭିନ୍ନ ବର୍ଗରେ ଏହି ଖେଳାଳିମାନେ ୮ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ନିକଟରେ ଚୀନ୍‌ର ହାଙ୍ଗଝାଉଠାରେ ସମାପ୍ତ ହୋଇଥିବା ଏସିଆନ କ୍ରୀଡ଼ା ୨୦୨୩ରେ କିଟ୍‌ର ୧୪ଜଣ ଖେଳାଳିଙ୍କ ମଧ୍ୟରୁ ୪ଜଣ ପଦକ ହାସଲ କରିଛନ୍ତି । ଏହା ସହ ଚୀନ୍‌ର ଚେଙ୍ଗୁଡ଼ୁଠାରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ର ୧୪ଜଣ ଖେଳାଳିଙ୍କ ମଧ୍ୟରୁ ୨ଜଣ କାଂସ୍ୟ ପଦକ ହାସଲ କରିଥିଲେ । ଏହି ଖେଳାଳିମାନେ କେବଳ ଚମକ୍ରାର ପ୍ରଦର୍ଶନ କରି ପଦକ ହାସଲ ନାହାନ୍ତି, ତା ସହ ନିଜ ପ୍ରତିଭାକୁ ସେମାନେ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ପ୍ରରିପ୍ରକାଶ କରିପାରିଛନ୍ତି । ୧୭ଟି ବିଭିନ୍ନ ବିଭାଗରେ ମୋଟ ୫୨ଜଣ ଖେଳାଳି କିଟ୍‌, କିସ୍‌ ଓ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ବେଳେ ସେମାନଙ୍କୁ ୨୪ଟି ପଦକ ମିଳିଛି । କିଟ୍‌ ଓ କିସ୍‌ରେ ବ୍ୟାପକ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ଭିତ୍ତିଭୂମି ଓ ଅତ୍ୟାଧୁନିକ କ୍ରୀଡ଼ା ବ୍ୟବସ୍ଥା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଏଠାରୁ ୧୫ଜଣ ଅଲିମ୍ପିଆନ୍‌, ୨ ପାରା ଅଲିମ୍ପିଆନ୍‌ଙ୍କ ସମେତ ପ୍ରାୟ ୫ହଜାରରୁ ଊଦ୍ଧ୍ୱର୍ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି ହୋଇପାରିଛନ୍ତି । ଏହି ଖେଳାଳିମାନଙ୍କ ଉନ୍ନତ ପ୍ରଦର୍ଶନ ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ଶ୍ରୀ ସାମନ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଦୂରଦୃଷ୍ଟି, କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଯୋଗାଇ ରାଜ୍ୟକୁ ଦେଶର କ୍ରୀଡ଼ା ହବ୍‌ରେ ପରିଣତ କରିପାରିଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି । କିଟ୍‌ ଓ କିସ୍‌ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଅନୁସରଣ କରି କ୍ରୀଡ଼ାର ବିକାଶ ଦିଗରେ ଯୋଗଦାନ କରିଆସୁଛି ।

#bhubaneswar#dumanikhabar#KIIT #KISS#latestnews#localnews#news#odisha
Comments (0)
Add Comment