ଜିଲ୍ଲାରେ ୧୭୬୫ ପ୍ରକଳ୍ପ ପାଇଁ ୬୫ କୋଟି ୫୦ ଲକ୍ଷର ଅନୁଦାନ

65 crores 50 lakhs grant for 1765 projects in the district

ନୂଆପଡ଼ା/ କୋମନା, ନୂଆପଡ଼ା ଜିଲ୍ଲାର ନୂଆପଡ଼ା, କୋମନା, ଖଡିଆଳ, ବୋଡେ଼ନ ଓ ସିନାପାଲି ଆଦି ୫ ଗୋଟି ବ୍ଲକ୍‌ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ମୋଟ ୧,୭୬୫ ପ୍ରକଳ୍ପ ପାଇଁ ୬୫ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ର ୫ ଗୋଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ବେଳେ କୋମନା ବ୍ଲକ କାର୍ଯ୍ୟାଳୟ ଠାରେ ମଧ୍ୟ କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କ ନେତୃତ୍ୱରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଜିଲ୍ଲା ପରିଷଦ ଅବନୀ ରଞ୍ଜନ ଯୋଶୀ, ମୁରଲୀଧର ଭୋଇ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଜୟଦେବ ପ୍ରଧାନ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, କାଳିଆ ପ୍ରଧାନ, ବିଜେଡି ବ୍ଲକ୍‌ ସଭାପତି କ୍ଷମା ସିଂ ନୀଆଲ, ଗୁପ୍ତେଶ୍ୱର କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ । ତା ସହିତ କୋମନା ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ମିଶନ ଶକ୍ତିର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା,ଏମିକେ, ସିଆରପି, ଆଶା ଓ ଅଙ୍ଗନୱାଡି ସହ ବିଭିନ୍ନ ବିଭାଗର ପଦାଧିକାରୀ ତଥା ଅନ୍ୟାନ୍ୟ କର୍ମଚାରୀ ଓ ଶହ ଶହ ବିଜେଡି କର୍ମୀ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା ପାଇଁ ୬୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଏକ ହଜାର ୭୬୫ ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା । ଏହା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନାମରେ ପରିଚୟ ସୃଷ୍ଟି ଲାଭ କରିଛି । ଓଡିଶା ସରକାର ତୃଣମୂଳ ସ୍ତରରୁ ଗାଁରୁ ପଲ୍ଲୀ, ସହରର ବିଭିନ୍ନ ବିକାଶ ପାଇଁ ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି ଯାହା ଆମ ଓଡିଶା ନବୀନ ଓଡିଶା ନାମରେ ସୁପରିଚତ । ପ୍ରତ୍ୟେକ ଗାଁର ମଠ, ମନ୍ଦିର, ଯଜ୍ଞ ମଣ୍ଡପ, ବିଦ୍ୟାଳୟ, ମହା ବିଦ୍ୟାଳୟ ମାନଙ୍କର ନିର୍ମାଣ ଓ ଭିତ୍ତିଭୂମିର ଉନ୍ନତି ସକାଶେ ଏହି ଅନୁଦାନ ସରକାର ପ୍ରଦାନ କରିଛନ୍ତି । ଏହା ଦ୍ୱାରା ଓଡିଶାର ଜଗନ୍ନାଥ ସଂସ୍କୃତି, କଳା, ସାହିତ୍ୟ, ଐତିହ୍ୟର ସୁରକ୍ଷା ହୋଇପାରିବ ଓ ଓଡିଶା ଏକ ସମୃଦ୍ଧି ଓ ବିକଶିତ ରାଜ୍ୟ ଭାବେ ପ୍ରତିଷ୍ଠା ଲାଭ କରିପାରିବ ବୋଲି ମନ୍ତ୍ରୀ ଶ୍ରୀ ଢୋଲକିଆ କହିଛନ୍ତି ।

#amaodishanabinodisha#bhubaneswar#dumanikhabar#localnews#odisha
Comments (0)
Add Comment