ଝାଡାବାନ୍ତି ପାଇଁ ସତର୍କ ସୂଚନା ଦେଲେ ସ୍ୱାସ୍ଥ୍ୟ ଅଧିକାରୀ

ପାରାଦୀପ, : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଡାଇରିଆ ବ୍ୟାପିବାକୁ ନେଇ ଜନସାଧାରଣ ଭୟଭୀତ ହୋଇପଡିଥିବା ବେଳେ ପାରାଦୀପ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ଯାହାଜୁ ନେଉ ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ପାରାଦୀପ ର ବିଭିନ୍ନ ଫୁଟପାଥ ଖାଦ୍ୟ ସାମଗ୍ରୀ ଷ୍ଟଲ ଏବଂ ବିଭିନ୍ନ ହୋଟେଲରେ ଚଢ଼ାଉ କରାଯିବା ସହିତ ଖାଦ୍ୟ ସାମଗ୍ରୀର ନମୁନା ଯାଞ୍ଚ କରାଯାଇଛି । ତେବେ କିଛି ଫୁଟପାଥ ଦୋକାନରେ ଫାଇନ କଟାଯାଇଥିବା ବେଳେ ଉନ୍ନତମାନର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ସହିତ ଦୋକାନକୁ ସଫା ସୁତୁରା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛିଦିନ ହେବ ପାରାଦୀପ ଅଠରବାଙ୍କୀ ବିଜୁ ମେମୋରିଆଲ ହସ୍ପିଟାଲରେ ଦିନକୁ ଦିନ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ମେଡିକାଲ ବେଡ଼ରେ କେବଳ ଝାଡାବାନ୍ତି ରୋଗୀ ଭର୍ତ୍ତି ହୋଇଥିବା କହିଛନ୍ତି ଚିକିତ୍ସାଅଧିକାରୀ । ବର୍ଷାଦିନରେ ଏହିପରି ରୋଗ ବ୍ୟାପିଥାଏ, ହେଲେ ଜନସାଧାରଣ ଏଥିରେ ଭୟଭୀତ ନ ହୋଇ ଯଦି ଏହିଭଳି କିଛି ଲକ୍ଷଣ ଦେଖୁଥାନ୍ତି ତୁରନ୍ତ ସରକାରୀ ହସ୍ପିଟାଲରେ ପରାମର୍ଶ କରି ଚିକିତ୍ସା ହେବାକୁ କହିଛନ୍ତି ବିଜୁ ମେମୋରିଆଲ ହସ୍ପିଟାଲର ମେଡ଼ିସିନ ସ୍ପେସିଆଲିଷ୍ଟ ଡାକ୍ତର ପ୍ରସନ୍ନ କୁମାର ସାମଲ । ଉଷୁମ ପାଣି ପିଇବା ସହିତ ଯଦି ଝାଡାବାନ୍ତି ର ଲକ୍ଷଣ ଦେଖନ୍ତି କୌଣସି କ୍ୱାକ କିମ୍ବା ବିନା ପ୍ରେସକ୍ରିପସନରେ ମେଡ଼ିସିନ ଷ୍ଟୋରରୁ ମେଡ଼ିସିନ ଖାଇବାକୁ ବାରଣ କରିବା ସହିତ ସରକାରଙ୍କ ତରଫରୁ ସରକାରୀ ଚିକିତ୍ସାଳୟରେ ସମ୍ପୂର୍ଣ୍ଣ ବନ୍ଦୋବସ୍ତ ରହିଛି । ତେଣୁ ଡାକ୍ତରଙ୍କ ପ୍ରେସକିପସନରେ ସରକାରୀ ମେଡିକାଲରେ ଚିକିତ୍ସା ସୁବିଧା ନେବାକୁ ପାରାଦୀପ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଡ଼ସାମଲ ।

Comments (0)
Add Comment