ଦଶରଥପୁର ବ୍ଲକ ଉକ୍ରଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

Dasarathpur Block Ukral Press Association New Staff Selection

ଯାଜପୁର ,: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଉକ୍ରଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଥାଲକୁଡ଼ି ସ୍ଥିତ ଡାକବଙ୍ଗଳା ଠାରେ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦଶରଥପୁର ବ୍ଲକ ଉକ୍ରଳ ସାମ୍ବାଦିକ ସଂଘର କୋଷାଧକ୍ଷ ପ୍ରତାପ ମଲ୍ଲିକ, ସଦସ୍ୟ ଜ୍ୟୋତି ପ୍ରକାଶ ମିଶ୍ର, ସୀତାଂଶୁ ଶେଖର ଜେନା, ମନୋରଞ୍ଜନ ମଲ୍ଲିକ, ସତ୍ୟରଞ୍ଜନ ସାହୁ, ଜୟପ୍ରକାଶ ନାୟକ, ସଞ୍ଜୟ ରାୟ, ସରୋଜ ପଣ୍ଡା, ସରୋଜ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ସଂଘର ପୂର୍ବତନ ସଭାପତି ଦେବେନ୍ଦ୍ର ସାମଲ ନିଜର ବ୍ୟକ୍ତିଗତ କାରଣ ଓ ବୟସାଧିକ ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ୨୧ ତାରିଖରୁ ସଭାପତି ପଦବୀରୁ ଅବ୍ୟାହତି ନେବା ସକାଶେ ସଂଘକୁ ଜଣାଇ ଥିଲେ । ଯାହାକୁ ଅ ।ଜିର ବୈଠକରେ ସମସ୍ତ ସଦସ୍ୟ ମାନେ ସର୍ବସମ୍ମତି କ୍ରମେ ଗ୍ରହଣ କରିଥିଲେ । ପରେ ବୈଠକରେ ନୂତନ ସଭାପତି ଓ ସମ୍ପାଦକ ଚୟନ କରାଯିବା ପାଇଁ ନିଷ୍ପତି ନିଆଯାଇ ଥିଲା । ସଂଘର ସଦସ୍ୟ ମାନଙ୍କ ସହମତିରେ ଜୟପ୍ରକାଶ ନାୟକ ସଭାପତି, ସତ୍ୟରଞ୍ଜନ ସାହୁଙ୍କୁ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଏହାପରେ ନୂତନ ସଭାପତି ଓ ସମ୍ପାଦକଙ୍କୁ ପୁଷ୍ପଗୁଚ୍ଛ ଦେଇ ସଂଘର କାର୍ଯ୍ୟକର୍ତ୍ତା ମାନେ ସମ୍ବର୍ଦ୍ଧିତ କରିଥିଲେ ।

#dumanikhabar#localnews#news#odisha
Comments (0)
Add Comment