ଦୁର୍ଗମ ଅଞ୍ଚଳ ରେ ପୁଣି ଜନନୀ ଯନ୍ତ୍ରଣା, ବାଟ ରେ ଜନ୍ମ ହେଲା ନବଜାତ ଶିଶୁ

Another birth in a remote area, newborn baby born on the road

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ବହୁଳ କୂଟରୁ ରାଜସ୍ବ ଗ୍ରାମ ଅଧୀନରେ ଥିବା ସର୍ଗିପାନି ଗାଁ ଉପାନ୍ତ ଅଞ୍ଚଳ ରେ ରହିଥିବା ବେଳେ ଜଙ୍ଗଲ ରାସ୍ତା ରେ ଆମ୍ବୁଲାନ୍ସ ଯିବା ସମ୍ଭବ ହେଉନାହିଁ।ଫଳରେ ଗର୍ଭବତୀ ଙ୍କୁ ଖଟିଆ ରେ ବୁହା ହେବା ଘଟଣା ଏହି ଗ୍ରାମ ଓ ଅଞ୍ଚଳ ପାଇଁ ନୂଆ ନୁହେଁ।ଏମିତି ଅନେକ ସମୟରେ ପ୍ରସୂତି ଓ ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ କିମ୍ବା ଦୋଳା ରେ ବୋହି ଆଣିବା ଦେଖିବାକୁ ମିଳିଥାଏ। ଶୁକ୍ରବାର ପୁଣି  ସର୍ଗିପାନି ଗ୍ରାମର ଜଗର ସାନ୍ତା ଙ୍କ ସ୍ତ୍ରୀ ହୀରାମଣି ସାନ୍ତା ଙ୍କୁ ପ୍ରସବ ବେଦନା ଆରମ୍ଭ ହେବାରୁ ସ୍ଥାନୀୟ ଆଶା କର୍ମି ଉର୍ମିଳା ଠାକୁର ଙ୍କୁ ଖବର ଦେଇଥିଲେ। ଖବର ପାଇ ଆଶା କର୍ମି ଉର୍ମିଳା ଠାକୁର ସର୍ଗିପାନି ଗାଁ ରେ ପହଞ୍ଚି ବହୁ କଷ୍ଟରେ ନେଟୱାର୍କ ନଥବାରୁ କୌଣସି ଏକ ସ୍ଥାନ କୁ ଆସି ୧୦୨ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ତେବେ   ଜାତୀୟ ରାଜପଥ ୨୬ ବିରି ମୁହାଣ ଛକ ରୁ ସର୍ଗିପାନି କୁ ପକ୍କା ରାସ୍ତା ନଥିବାରୁ କଛା ଓ ପଥୁରିଆ ରାସ୍ତା ଦେଇ ପ୍ରାୟ ୩ କିମି ରାସ୍ତା ଗର୍ଭବତୀ ମହିଳା ଙ୍କୁ ବୁହା ହୋଇ ଅଣାଯିବା ବାଟରେ ଏକ ଶିଶୁ ସନ୍ତାନ କୁ ଜନ୍ମ ଦେଇଥିଲେ। ସନ୍ତାନ ଜନ୍ମ ପରେ ଅତି କଷ୍ଟ ରେ ମହିଳା ଙ୍କୁ ତାଙ୍କ ସ୍ୱାମୀ ବୋହି ଆଣି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ପରେ  ଆମ୍ବୁଲାନ୍ସ ପହଞ୍ଚିବା ଯୋଗେ ପ୍ରସୂତି ମହିଳା ଓ ନବଜାତ ଶିଶୁ କୁ ଆମ୍ବୁଲାନ୍ସ ରେ ଆଣି କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ପହଞ୍ଚିବା ପରେ ନବଜାତ ଶିଶୁ ର ସ୍ୱାସ୍ଥ୍ୟ ଠିକ ଥିବାବେଳେ ମା ଙ୍କ ଅବସ୍ଥା ମଧ୍ୟ ଠିକ ଥିବା ଜଣାପଡିଛି।ତେବେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ  ମହିଳା ଙ୍କ ଅବସ୍ଥା କିଛି ମାତ୍ରାରେ ଅସୁସ୍ଥ ଥିବା ଜଣାପଡିଛି। ତେବେ କୋକସରା ଡାକ୍ତରଖାନାରେ ମା ଓ ପୁଅ ଙ୍କ ଚିକିତ୍ସା ଜାରି ରହିଛି।

Comments (0)
Add Comment