ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାବିତ୍ରୀ ଜିନ୍ଦଲ

Savitri Jindal is among the top 5 richest people in the country

ନୂଆଦିଲ୍ଲୀ : ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବର୍ତ୍ତମାନ ଦେଶର ଧନୀ ବ୍ୟକ୍ତିଙ୍କ ତାଲିକାରେ ୫ମ ସ୍ଥାନରେ ପହଞ୍ଚିଛନ୍ତି । ସେ ଏହି ତାଲିକାରେ ୭ମ ସ୍ଥାନରେ ରହିଥିଲେ । ହେଲେ ବର୍ତ୍ତମାନ ୱିପ୍ରୋ ମାଲିକ ଅଜିମ ପ୍ରେମଜୀଙ୍କୁ ପଛରେ ପକାଇ ସାବିତ୍ରୀ ଜିନ୍ଦଲ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ବର୍ତ୍ତମାନ ଜେଏସଡବ୍ଲୁ ଚେୟାରମ୍ୟାନ ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ୨୫ ବିଲିୟନ ଡଲାରରେ ପହଞ୍ଚିଛି । ଗତ ଦୁଇ ବର୍ଷରେ ତାଙ୍କର ସମ୍ପତ୍ତି ୮୭ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ସମାନ ଅବଧିରେ ପ୍ରେମଜୀଙ୍କ ସମ୍ପତ୍ତି ୪୨ ପ୍ରତିଶତ ହ୍ରାସ ପାଇଛି । ୱିପ୍ରୋ ମାଲିକ ଅଜିମ ପ୍ରେମଜୀ ଏକଦା ଭାରତର ଧନୀ ବ୍ୟକ୍ତିଙ୍କ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଥିଲେ । କିନ୍ତୁ ବିଗତ ବର୍ଷଗୁଡିକରେ ତାଙ୍କର ନିଟ୍‌ ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି । ଗତ ଦୁଇ ବର୍ଷ ମଧ୍ୟରେ କମ୍ପାନୀର ସେୟାର ୪୨ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଯାହାକି ପ୍ରେମଜୀଙ୍କ ସମ୍ପତ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥିଲା ଏବଂ ବର୍ତ୍ତମାନ ସେ ଦେଶର ଧନୀ ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ସାବିତ୍ରୀ ଜିନ୍ଦଲଙ୍କ ବ୍ୟବସାୟ ଇସ୍ପାତ, ବିଦ୍ୟୁତ, ସିମେଣ୍ଟ ଏବଂ ଭିତ୍ତିଭୂମି ଭଳି ଅନେକ କ୍ଷେତ୍ରରେ ବ୍ୟାପିଛି । ଅନ୍ୟପକ୍ଷରେ ୱିପ୍ରୋରେ ଅଜିମ ପ୍ରେମଜୀଙ୍କ ଅଂଶ ୬୨.୫ ପ୍ରତିଶତ, ଯାହାର ମୂଲ୍ୟ ବର୍ତ୍ତମାନ ୧୬.୫ ବିଲିୟନ ଡ଼ଲାର ଅଟେ । ଗତ ଏକ ବର୍ଷ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ବିଭିନ୍ନ କମ୍ପାନୀର ଶେୟାର ବୃଦ୍ଧି ପାଇଛି । ଗତ ଏକ ବର୍ଷ ମଧ୍ୟରେ ଟାଟା ଗ୍ରୁପର ବିଭିନ୍ନ କମ୍ପାନୀର ଶେୟାର ବୃଦ୍ଧି ପାଇଛି । ଏହି କାରଣରୁ, ଟାଟା ଗ୍ରୁପରେ ୧୮.୪ ପ୍ରତିଶତ ମାଲିକ ଥିବା ଶାପୁର ପାଲୋଞ୍ଜୀ ମିସ୍ତ୍ରୀ ଏବଂ ତାଙ୍କ ପରିବାରର ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ମିସ୍ତ୍ରୀ ବର୍ତ୍ତମାନ ଦେଶର ତୃତୀୟ ଧନୀ ବ୍ୟକ୍ତି । ତାଙ୍କ ପରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଶିବ ନାଦର ଚତୁର୍ଥ ସ୍ଥାନରେ ଅଛନ୍ତି । ସାବିତ୍ରୀ ଦେବୀ ୧୯୫୦ ମସିହାରେ ଆସାମର ଟିନ୍ସୁକିଆରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୦ ରେ ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ହରିୟାଣାର ଓମପ୍ରକାଶ ଜିନ୍ଦଲଙ୍କୁ ବିବାହ କରିଥିଲେ । ଓପି ଜିନ୍ଦଲ ବ୍ୟବସାୟ ଜଗତରେ ଏକ ଜଣାଶୁଣା ନାମ ଏବଂ ତାଙ୍କ କମ୍ପାନୀ ଜିନ୍ଦଲ ଗ୍ରୁପ୍‌ ହେଉଛି ଦେଶର ବୃହତ୍ତମ ଇସ୍ପାତ କମ୍ପାନୀ । ଏହା ବ୍ୟତୀତ ଜିନ୍ଦଲ ଗ୍ରୁପ ମଧ୍ୟ ଅନ୍ୟାନ୍ୟ କ୍ଷେତ୍ରରେ ସକ୍ରିୟ ଅଟନ୍ତି । ସାବିତ୍ରୀ ଦେବୀଙ୍କ ନଅ ସନ୍ତାନ ଅଛନ୍ତି । ସେମାନଙ୍କର ଚାରିପୁତ୍ର ପ୍ରୀତିରାଜ ଜିନ୍ଦଲ, ସାଜନ, ରତନ ଏବଂ ନବୀନ । ସମସ୍ତ ପୁଅ ବ୍ୟବସାୟ ଏବଂ ରାଜନୀତିରେ ସକ୍ରିୟ ଅଛନ୍ତି । ସାବିତ୍ରୀଙ୍କ ବଡ ପୁଅ ପ୍ରୀତିରାଜ ଜିନ୍ଦଲ କମ୍ପାନୀର ଚେୟାରମ୍ୟାନ୍‌ ଅଟନ୍ତି । ଦ୍ୱିତୀୟ ପୁଅ ସାଜନ ଜିନ୍ଦଲ ଜେଡବ୍ଲୁଏସ୍‌ କମ୍ପାନୀର ଦାୟିତ୍ୱ ଗ୍ରହଣ କରିଛନ୍ତି । ତୃତୀୟ ପୁଅ ରତନ କମ୍ପାନୀରେ ନିର୍ଦ୍ଦେଶକ ପଦରେ ଅଛନ୍ତି । ପରିବାରର ସାନପୁଅ ନବୀନ ଜିନ୍ଦଲ “ଜିନ୍ଦଲ ଷ୍ଟିଲ’ର ଚେୟାରମ୍ୟାନ୍‌ ଥିବା ବେଳେ ଏହା ସହିତ ସେ ସାଂସଦ ମଧ୍ୟ ହୋଇଛନ୍ତି ।

#dumanikhabar#india#jindal#latestnews#news
Comments (0)
Add Comment